ଗୃହରକ୍ଷୀ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ ଭାବରେ ପାଳନ କରିବା ଉଚିତ – ଅରକ୍ଷୀ ଅଧିକ୍ଷକ

ସୁବର୍ଣ୍ଣପୁରରେ ଗୃହରକ୍ଷୀ ଦିବସ ପାଳିତ

Omkar Vasthu
Omkar Vasthu

ସୋନପୁର : ସୁବର୍ଣ୍ଣପୁର ଠାରେ ୫୭ ତମ ଓଡିଶା ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ସ୍ଥାନିୟ ରିଜଭ ପୋଲିସ ପଡିଆରେ ଆୟୋଜିତ ଏହି ଦିବସରେ ମୁଖ୍ୟଅତିଥି ଭାବେ ସୋନପୁର ଅରକ୍ଷୀ ଅଧିକ୍ଷକ ଦେବି ପ୍ରସାଦ ଦାସ ଯୋଗ ଦେଇ ସମ୍ମିଳନି ପ୍ୟାରେଟରେ ଅଭିବାଦନ ଗ୍ରହଣ କରିଥିଲେ । ଗୃହରକ୍ଷୀ ନିଜର ଦାୟୀତ୍ୱ ଓ କର୍ତବ୍ୟ ସଠିକ ଭାବରେ ପାଳନ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

 

ଏଥରେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲାପାଳ ମନିଷା ବାନାର୍ଜୀ ଯୋଗଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ପାଣିଗ୍ରାହି, ଡିଏସପି ସୟଦ ମୁହିବୁର ରହମନ, ମନୋରଞ୍ଜନ ପଧାନ, ଆନନ୍ଦ ବର୍ଦ୍ଧନ ଗୁରୁ, ସୋନପୁର ଏସଡିପିଓ ମିହିର କୁମର ପଣ୍ଡା, ବିଏମପୁର ଏସଡିପିଓ ଧିରଜ ଚୋପାଦାର, ସୋନପୁର ଥାନା ଅଧିକାରି ଲୋକେଶ୍ୱର ସାହୁ, ଜିଲ୍ଲା ହାବିଲଦାର କନେଷ୍ଟବଲ ସଂଘର ସଭାପତି କୁମୁଦ ମେହେର, ସମ୍ପାଦକ ଦିନେଶ ମିଶ୍ର ଙ୍କ ସହ ପୁଲିସ ବିଭାଗର ସମସ୍ତ ଅଧିକାରି ମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.