ବିଶ୍ରାମଗାରକୁ ପିଟିଲା କାର୍ , ୫ ଗଣମାଧ୍ୟମ ପ୍ରତିନିଧି ଗୁରୁତର

ସୋନପୁର : ସୋନପୁର –ବଲାଙ୍ଗୀର ୫୭ ନଂ ଜତିୟ ରାଜ ପଥରେ ସୋନପୁର ଜିଲ୍ଲା ହରଡଖୋଲ ନିକଟରେ ଏକ କାର ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୫ ଜଣ ଗଣମାଧ୍ୟମ ପ୍ରତିନିଧି ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ସୋନପୁର ସଦର ଡାକ୍ତରଖାନରେ ଭର୍ତି କରାଯାଇଥିବା ବେଲେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କାରାଯାଇଛି । ସୁଚନା ମତେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ୫ ଜଣ ଗଣମାଧ୍ୟମ ପ୍ରତିନିଧି ଏକ କାରରେ କୋରାପୁଟ ଗୁପ୍ତେଶ୍ୱର ଦର୍ଶନରୁ ଫେରୁଥିବା ବେଲେ ସୋନପୁର –ବଲାଙ୍ଗୀର ୫୭ ନଂ ଜାତୀୟ ରାଜ ପଥରେ ସୋନପୁର ଜିଲ୍ଲା ହରଡଖୋଲ ନିକଟରେ କଦମତଳ ଛକ ନିକଟରେ କାର ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ବିଶ୍ରାମ ଗାରରେ ବାଡେଇ ହୋଇଯିବା ଯୋଗୁ ଗାଡିରେ ଥିବା ଯୋଶବନ୍ତ ବେହେରା (୩୬), ଦିଲ୍ଲିପ ସାହୁ (୫୨), ଲଲିତ ପଧାନ (୩୬), ଲମ୍ବୋଦର ସାହୁ(୫୧) ଓ ତ୍ରିବେଣି ସାହୁ (୨୭) ପ୍ରମୁଖ ଆହତ ହୋଇଥିଲେ । ତେବେ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତର ଖନାକୁ ଅଣାଯାଇଥିଲା । ଏ ସଂକ୍ରାନ୍ତରେ ହରଡଖୋଲ ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କାରାଯିବା ନେଇ ଫାଣ୍ଡି ଅଧିକାରି ସଞ୍ଜିବ ବସ୍ତିଆ ସୁଚନା ଦେଇଛନ୍ତି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

__________________________________________

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.