ମହାନଦୀ କୂଳରୁ ଦେଢ ମାସର ହାତୀ ଶାବକର ମୃତ ଦେହ ଉଦ୍ଧାର

ଛୁଆ ହାତୀର ମୃତ୍ୟୁ କାରଣ ଜାଣିବାରେ ବନ ବିଭାଗ ଅସମର୍ଥ

ବୀରମହାରାଜପୁର,୮/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବାଘପାଲୀ ମହାନଦୀ କୂଳରୁ ଏକ ଦେଢ ମାସର ହାତୀ ଶାବକର ମୃତ ଦେହ ଉଦ୍ଧାର କରାଯାଇଛି । ଗତ କିଛି ଦିନ ହେବ ରେଢାଖୋଲ ଜଙ୍ଗଲରୁ ପାଖାପାଖି ୨୪ ଟି ହାତୀ ମହାନଦୀ ଅତିକ୍ରମ କରି ବିନିକା ଅଞ୍ଚଳରେ ଫସଲ ନଷ୍ଟ କରିଥିଲେ । ଏହି ହାତୀ ପଲରେ ଥିବା ଦୁଇ ଛୁଆ ହାତୀଙ୍କ ମଧ୍ଯରୁ ଗୋଟିକର ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରିଛି । ତେବେ ଏହି ଛୁଆ ହାତୀର ମୃତ୍ୟୁ କାରଣ ଜାଣିବାରେ ବିଭାଗ ଅସମର୍ଥ ହୋଇଛି। ଗତ ନଭେମ୍ବର ମାସ ୧୯ ତାରିଖରେ ଶାରସଦାଦାର ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଶିକାରୀ ମାନେ ହାତୀକୁ ଦାନ୍ତ ଲୋଭରେ ମାରିଥିଲେ ହେଲେ ବନବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିପାରି ନାହାନ୍ତି । ହାତୀ ଶାବକର ମୃତ୍ୟୁକୁ ନେଇ ପ୍ରକୃତି ଓ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.