ଅଜଣା ଗାଡି ଧକ୍କାରେ ଅବକାରୀ କନଷ୍ଟେବଲଙ୍କ ମୃତ୍ୟୁ

ସହାୟତା ପାଇଁ ରାସ୍ତା ଅବରୋଧ

ବୀରମହାରାଜପୁର,୧୧/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ଅଜଣା ଗାଡି ଧକ୍କାରେ ଅବକାରୀ ବିଭାଗର ଜଣେ କାର୍ଯ୍ୟରତ କନେଷ୍ଟବଳ ନନ୍ଦି କର୍ମୀ (୩୪)ଙ୍କ ମୃତ୍ୟୁ ଘଟିଛି । ସୂଚନା ମତେ ବୀରମହାରାଜପୁର ବ୍ଲକର ଜଟେସିଂହା ଗ୍ରାମର ନିମାଇଁ କର୍ମୀଙ୍କ ବଡ ପୁଅ ଅବକାରୀ କନେଷ୍ଟବଲ ନନ୍ଦୀ କର୍ମୀ ଗତ କାଲି ବିଲମ୍ବିତ ରାତିରେ ବୀରମହାରାଜାପୁରରୁ କାଯ୍ୟସାରି ସୋନପୁର ନିଜ ଭଡାଘରକୁ ବାଇକଯୋଗେ ଫେରୁଥିବା ସମୟରେ ରାତି ପ୍ରାୟ ସାଢେ ଗୋଟିଏରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ସେ ସେଠାରେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସୋନପୁର ପୋଲିସ ଖବର ପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।


ବେପରୁଆ ଗାଡି ଚାଳନା ଓ ସେତୁର ମରାମତି କାମ ପାଇଁ ସେତୁ ଉପରେ ରଖାଯାଇଥିବା ସାମଗ୍ରୀ ପାଇଁ ରାସ୍ତା ଅବରୋଧ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୋନପୁର ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।


ପରିବାର ଲୋକେ ସହାୟତା ପାଇଁ ମୃତଦେହ କୁ ସୋନପୁର ମହାନଦୀ ପୋଲ ଉପରେ ରଖି ଏକ ଘଣ୍ଟା ପଯ୍ୟନ୍ତ ମୁଖ୍ୟ ରାସ୍ତାରେ ଅବରୋଧ କରିଥିଲେ । ପ୍ରସାଶନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଫଳରେ ରାସ୍ତା ଅବରୋଧ ହଟିଥିଲା ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.