ବିପଦ ସଂକୁଳ ବିଦ୍ୟୁତ ଟ୍ରାନ୍ସଫର୍ମର, ଅବହେଳାରେ ବିଦ୍ୟୁତ ବିଭାଗ

ବୀରମହାରାଜପୁର,୧୨/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ଗ୍ରାମର ମୁଖ୍ୟ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି । ବୀରମହାରାଜପୁର ଠାରୁ ସୁବଳୟା ମୁଖ୍ଯ ରାସ୍ତା କଡର ଜଟେସିଂହା ଠାରେ ବିଦ୍ୟୁତ ବିଭାଗ ବସାଇଛି ମୃତ୍ୟୁଯନ୍ତା । ଦୀର୍ଘବର୍ଷ ହେଲା ବିନା ସୁରକ୍ଷା ବଳୟରେ ବିପଦପୂର୍ଣ୍ଣ ଭାବେ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ କରିଅଛି । ଏ

ଟ୍ରାନ୍ସଫର୍ମର ପାଖରେ ଦୋକାନ ଗୃହ, ବାସଗୃହ ଖାଲି ସେତିକି ନୁହେଁ ଏହି ସ୍ଥାନକୁ ଗ୍ରାମବାସୀ ଙ୍କ ଗୃହପାଳିତ ପଶୁ, ଛେଳି, ମେଣ୍ଢା, ଚରିବାକୁ ଯାଆନ୍ତି । ତେବେ ବିଦ୍ୟୁତ ଟ୍ରାନ୍ସଫର୍ମର କିଛି ସ୍ଥାନରେ ବିଦ୍ୟୁତ୍ ତାର ସବୁ ଓହଳି ରହିଛି ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏଭଲି ବିଦ୍ୟୁତ ବିଭାଗ ଅବହେଳା ଯୋଗୁଁ ଜନସାଧାରଣ ଓ ପଶୁ ପକ୍ଷୀ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହି ଖବରଟି ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ବିଭାଗ ଅଣଦେଖା କରୁଛି । ତୁରନ୍ତ ଏଥି ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବାକୁ ଜନସାଧାରଣରେ ଦାବି ହୁଏ ।

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.