ସ୍କୁଲରେ ମୋବାଇଲ ବ୍ୟବହାର କରି ସାହିତ୍ୟ ଶିକ୍ଷକ ନିଲମ୍ବିତ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ବୀରମହାରାଜପୁର,୧୨/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ମୋବାଇଲ ଫୋନରେ ବ୍ୟସ୍ତ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଖେଳ କୁଦରେ ମାତିଛନ୍ତି । ଏଭଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବ ପରେ ବିଇଓ ଏଥିରେ ସଂପୃକ୍ତ ଥିବା ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଟେଭାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁ ଦିନ ୧୧ଟା ସ୍କୁଲ ସମୟରେ ମୋବାଇଲ କଥା ହେବାରେ ବ୍ୟସ୍ତ ଥିଲେ । ଏହି ସମୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀ କୋଠରୀରେ ବୁଲିବା ସହିତ ବିଭିନ୍ନ ଖେଳକୁଦ ମଧ୍ଯ କରୁଥିଲେ । ଏ ସମ୍ପର୍କରେ ଖବର ବିଭିନ୍ନ ଗଣମାଧ୍ୟମରେ ଓ ସୋସିଆଲ ମିଡିଆର ପ୍ରକାଶିତ ହେବା ପରେ ତ୍ୱରାନ୍ୱିତ କାର୍ଯାନୁଷ୍ଠାନ ହୋଇଛି ।

ଏନେଇ ଶ୍ରୀ ସାହୁଙ୍କୁ ଯୋଗା ଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟାରେ ଏହା ମୋ ଉପରେ ଏକ ଶଢଯନ୍ତ୍ର କରାଯାଇଛି, ମୁଁ କ୍ଳାସ ସମୟରେ ମୋବାଇଲ କଥା ହୋଇନଥିଲି ।

ଏ ଘଟଣା ସମ୍ପର୍କରେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ପ୍ରତିକ୍ରିୟା ହେଲା – ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବନ କରାଯାଇଛି, ନିଳମ୍ବନ ଅବଧିରେ ସେ ବିଇଓ ଙ୍କ ଅଫିସରେ ଉପସ୍ଥିତ ରହିବେ । ବିଇଓଙ୍କ ବିନା ଅନୁମତିରେ ମୁଖ୍ୟ ଦପ୍ତର ଛାଡି ଯାଇ ପାରିବେ ନାହିଁ ବୋଲି ପତ୍ର ଉଲ୍ଲେଖ ରହିଛି ।

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.