କଳାହାଣ୍ଡି,୧୫/୧୨ (ନବୀନ କିଶୋର ସାହୁ) : କର୍ଲାମୁଣ୍ଡା ବ୍ଲକ ରାଜିବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଲାର୍ନିଂ ଲାଇସେନ୍ସ କ୍ୟାମ୍ପ ଗତ ଡିସେମ୍ବର ମାସ ୧୧ ତାରିଖରେ ୨୫୦ ଜଣ ,୧୨ ତାରିଖ ୩୦୦ ଜଣ,୧୩ ତାରିଖରେ ୩୦୦ ଜଣ ଓ ୧୪ ତାରିଖରେ ୪୦୦ଜଣ ୪ ଦିନ ପଯ୍ୟନ୍ତ ଏଲ ଏଲ ପରିକ୍ଷା ମୋଟ ୧୨୫୦ ଜଣ ପରିକ୍ଷାତି ଦେଇ ଉତିର୍ନ୍ନ ହେଇଥିଲେ । ଏ ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଦିନ ବନ୍ଦୁ ଶୁଣ୍ଢି ଓ ସମସ୍ତ କର୍ମଚାରୀ ଯୋଗଦେଇ ଏଲ ଏଲ ପରିକ୍ଷାକୁ ସଫଳ ଭାବରେ ସୁପରିଚାଳନା କରିଥିଲେ। କର୍ଲାମୁଣ୍ଡା ବ୍ଲକ ଅନୁନ୍ନତ ଓ ପଛୂଆବର୍ଗ ଜିଲ୍ଲା ସଦର ମହକୁମା କର୍ଲାମୁଣ୍ଡା ରୁ ଦୂରବର୍ତୀ ହୋଇଥିବାରୂ ଜନସାଧାରଣ ସୁବିଧାରେ ନିଜ ଅଞ୍ଚଳଠୁ ଲାର୍ନିଂ ଲାଇସେନ୍ସ ସୁଯୋଗ ପାଇଥିଲେ। ଏଣୁ କଳାହାଣ୍ଡି ଆଞ୍ଚଳିକ ସାମ୍ବାଦିକ ସଂଘ, କର୍ଲାମୁଣ୍ଡା ମିଡିଆ କ୍ଲବ, ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପ୍ରଶଂସା କରାଯାଇଥିଲା। ଆଗାମି ଦିନ ପୁଣିଥରେ ଏଲଏଲ କ୍ୟାମ୍ପ କଲେ ବକେୟା ବାଇକ ଆରୋହୀ ଲାଭବାନ ହେବେ ବୋଲି ମତ ପ୍ରକାଶ ପାଇଛି ।