ବଲାଙ୍ଗିର,୧୭/୧୨ : ସହର ମଧ୍ୟରେ ଥିବା କଲେଜ ଛକ ନିକଟସ୍ଥ ଏଲଆଇସି ଅଫିସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଚନ୍ଦ୍ରଶେଖର ନଗରର ନନ୍ଦଲାଲ ମିଶ୍ରଙ୍କ ବାଇକକୁ ସାମ୍ନା ପଟୁ ଆସୁଥିବା ଟ୍ରାକ୍ଟର ପିଟିଥିଲା। ଫଳରେ ବାଇକଟି ସମ୍ପୂର୍ଣ୍ଣ ଚୁରମାର ହେବା ସହ ନନ୍ଦଲାଲ ମିଶ୍ରଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଟ୍ରାକ୍ଟରର ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ମାରିଥିବାବେଳେ ଏ ପ୍ରଯନ୍ତ ଟ୍ରାକ୍ଟର ମାଲିକ ର ସୂଚନା ମିଳିପାରିନି। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ରହିଥିଲା। ଯାହା ପରେ ବଲାଙ୍ଗିର ଟାଉନ ପୋଲିସ କୁ ସୂଚିତ କରିଥିଲେ। ଏବଂ ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ରେ ଭର୍ତ୍ତି କରିଥିଲେ। ସୂଚନା ଅନୁସାରେ ଗୁରୁତର ଥିବା ନନ୍ଦଲାଲ ମିଶ୍ର ଚନ୍ଦ୍ରଶେଖର ନଗର ର ହୋଇଥିବା ବେଳେ ଅନ୍ୟପଟେ ପୋଲିସ ଟାକ୍ଟର ଜବତ କରି ତଦନ୍ତ ଜାରି ରଖିଛି। ସେପଟେ ଚିକିତ୍ସାଧିନ ଅବସ୍ଥାରେ ଆହତ ନନ୍ଦଲାଲା ମିଶ୍ର ମୃତ୍ୟୁ ବରଣା କରିଛନ୍ତି। ଏହାକୁ ନେଇ ବଲାଙ୍ଗିରରେ ଉତ୍ତେଜନା ଲାଗି ରହିଛି ।