ସଇଁତଲା,୧୮/୧୨ : ମୁରିବାହାଲ ବ୍ଲକ ଅନ୍ତର୍ଲାଠାରେ ମଙ୍ଗଳବାର ଦିନ ଗୋଟାଏ ବେଳେ ଘଟିଥିବା ବାଇକ ଦୁର୍ଘଟଣାରେ ଗୁରୁତର ହୋଇଥିବା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସଇଁନ୍ତଳା ବ୍ଲକ ଟିକ୍ରାପଡା ଗ୍ରାମର ଗରୁଡ ବଗର୍ତ୍ତି (୩୯) । ଗରୁଡଙ୍କୁ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗରୁଡ ବିଭିନ୍ନ ସାପ୍ତାହିକ ହାଟରେ ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ମଙ୍ଗଳବାର ସେ ମୁରିବାହାଲ ବ୍ଲକ ଅଧିନ କର୍ଲା ସାପ୍ତାହିକ ହାଟରେ ପରିବା ବିକି ନିଜ ଗ୍ରାମ ଟିକ୍ରାପଡାକୁ ଲୁନା ଯୋଗେ ଫେରୁଥିଲେ । ଅନ୍ତର୍ଲା ଠାରେ ତାଙ୍କ ଗାଡିକୁ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ରାସ୍ତା କଡରେ ଗରୁଡ ପଡି ରହିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ସେଠାରୁ ଫେରାର ମାରିଥିଲେ । ଗରୁଡଙ୍କୁ ପ୍ରଥମେ ସଇଁତଲା ଡାକ୍ତରଖାନା ଓ ସେଠାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗରୁଡଙ୍କ ପାଞ୍ଚ ବର୍ଷର ପୁଅଟିଏ ଓ ଏକ ବର୍ଷର ଝିଅଟିଏ ଅଛନ୍ତି । ଗରୁଡଙ୍କ ବିୟୋଗରେ ଟିକ୍ରାପଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
_________________________________________