କଥାକାର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର

ଭୁବନେଶ୍ୱର,୧୮/୧୨: ଏବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଆ କଥାକାର ତରୁଣକାନ୍ତି ମିଶ୍ର। ଗଳ୍ପ ସଂକଳନ ‘ଭାସ୍ବତୀ’ ପାଇଁ ସେ ଏହି ସମ୍ମାନ ପାଇବେ।

୨ ଅଗଷ୍ଟ ୧୯୫୦ରେ କେନ୍ଦୁଝର ଜିଲ୍ଲାରେ ଜନ୍ମିତ ତରୁଣକାନ୍ତିଙ୍କ ୧୫ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବାରେ ରହି ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ୍ତ ହୋଇସାରିଛନ୍ତି। ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

୧୪ବର୍ଷ ବୟସରେ ତାଙ୍କର ପ୍ରଥମ ଗଳ୍ପ ‘ହେ ପୃଥିବୀର ନାଗରିକ’ ‘ଆସନ୍ତାକାଲି’ ପତ୍ରିକାରେ ପ୍ରକାଶ ପାଇଥିବା ବେଳେ ବିଜେବି କଲେଜରେ ପଢି଼ବାବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା। ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି। ତାଙ୍କ ଚର୍ଚ୍ଚିତ ପୁସ୍ତକମାନଙ୍କ ମଧ୍ୟରେ ରହିଛି ନିସଙ୍ଗତାର ସ୍ୱର, କୋମଳ ଗାନ୍ଧାର, ବହୁବ୍ରୀହି, ଜଣେ ନିରସ୍ତ୍ର ଆତତାୟୀ, ଲୁବ୍ଧକର ରାତି ଇତ୍ୟାଦି। ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.