ଜମି ଜମା ସମନ୍ଧୀୟ କାଗଜ ପତ୍ର ବିଷୟରେ ବିଶେଷ ଧ୍ୟାନ ଦିଆଯିବ – ତହସିଲଦାର
କଲମପୁର,୮/୧ : କଳାହାଣ୍ଡି ଜିଲ୍ଳା କଲମପୁର ତହସିଲ କାର୍ଯ୍ୟାଳୟ ଠାରେ ନୂତନ ତହସିଲଦାର ଭାବରେ ଦିବାକର ବାଗ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି। ତହସିଲଦାର ଶ୍ରୀଯୁକ୍ତ ବାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଶେଷ କରି ଜମି ଜମା ସମ୍ବନ୍ଧିୟ କାଗଜପତ୍ର ବିଷୟରେ ବିଶେଷ ଧ୍ୟାନ ଦିଆଯିବ । ତହସିଲ କାର୍ଯ୍ୟାଳୟ ଠାରେ ଯେ କୌଣସି କାମଥିଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ । ଜନ ସାଧାରଣ କାର୍ଯ୍ୟାଳୟକୁ ଆସି ଯେପରି ଛିଡା ହେବେ ନାହଁ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀଯୁକ୍ତ ବାଗ ପ୍ରକାଶ କରିଛନ୍ତି।
କଲମପୁର ପ୍ରତିନିଧି ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
__________________________________________





