ଲାଞ୍ଜିଗଡ଼,୬/୫: ଲାଞ୍ଜିଗଡ- ବନ୍ଧପାରି ମୁଖ୍ୟ ରାସ୍ତାର ବାରବୁଲି ନାଳରେ ଏକ ହାଇୱା ଟ୍ରକ (ଓଡ଼ି-୧୮ଜି-୫୭୮୬) ଭାରସାମ୍ୟ ହରାଇ ରାତ୍ର ସାଢେ ୧୦ ଘଣ୍ଟା ସମୟରେ ଓଲଟି ପଡ଼ିଥିଲା। ସୂଚନା ଅନୁଯାୟୀ ଗାଡିଟି ବନ୍ଧପାରି ଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଚିପ୍ସ ନେଇ ଖାଲି ଗାଡି ଲାଞ୍ଜିଗଡ ଜଙ୍ଗଲ ରାସ୍ତାରେ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇ ପଡିଛନ୍ତି। ଏହି ହାଇୱାଟି ମୁନିଗୁଡାର ଜଣେ ଜଣେ ବ୍ୟକ୍ତିଙ୍କ ବୋଲି ଜଣାପଡିଛି ।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in
_______________________________________