ଚାଉଳ ମିଳିଲା, କେବେ ମିଳିବ ଡାଲି ?

ବର୍ତ୍ତମାନ ସୁଦ୍ଧା ନାଫେଡ ଯୋଗାଇ ନାହିଁ ଡାଲି, ଘନେଇବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ଼,୬/୫: ମହାମାରୀ କରୋନା ଓ ଲକଡାଉନ ମଧ୍ୟରେ ଗରିବ ଓ ସାଧାରଣ ଲୋକଙ୍କୁ ତ୍ୱରିତ ଖାଦ୍ୟ ସୁରକ୍ଷା ଯୋଗାଇ ଦେବାକୁ ତିନିମାସ ଆଗୁଆ ଚାଉଳ ଦେବାପରେ ଖାଦ୍ୟ ସୁରକ୍ଷା ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ଜଣପିଛା ପାଞ୍ଚ କିଗ୍ରା ଚାଉଳ ଓ ମାସିକ ଏକ କିଗ୍ରା ଡାଲି ତିନିମାସର ଯୋଗାଇ ଦେବାକୁ ଘୋଷଣା କରିଥିଲେ ।

ସେହି ଅନୁଯାୟୀ ଭାରତୀୟ ଖାଦ୍ୟ ନିଗମ ଚାଉଳ ଯୋଗାଇ ଦେଇଥିବାବେଳେ ନାଫେଡ ଦ୍ୱାରା ଡାଲି ଯୋଗାଣ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ତିନିମାସର ମାଗଣା ୫ କିଗ୍ରା ଚାଉଳ ବଣ୍ଟନ ଚାଲିଥିବାବେଳେ ଡାଲି ଯୋଗାଣ ହୋଇନଥିବାରୁ ବର୍ତ୍ତମାନ ସୁଦ୍ଧା ବଣ୍ଟାଯାଇ ପାରିନାହିଁ।

ଜିଲ୍ଲା ଯୋଗାଣ ବିଭାଗର ସୂଚନାନୁସାରେ ଲାଞ୍ଜିଗଡ ବ୍ଲକର ୨୬ଟି ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୭ ହଜାର ୫୯୮, ଅନ୍ତୋଦୟ ଯୋଜନାରେ ୪ହଜାର ୬୫୫ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭୩ ପରିବାରର ୨୩ ହଜାର ୨୨୬ ଗୋଟି ରେସନ୍ କାର୍ଡରେ ୮୧ ହଜାର ୪୩୧ ହିତାଧିକାରୀଙ୍କୁ ୧୨,୨୧୨.୭୫ କ୍ୱିଣ୍ଟାଲ ଚାଉଳ ଯୋଗାଣ ହେବା ସହ ବଣ୍ଟନ ଚାଲିଛି । ତେବେ ନାଫେଡରୁ ମିଳିବାକୁ ଥିବା ୬୯୪.୨୬ କ୍ୱିଣ୍ଟାଲ ଡାଲି ବର୍ତ୍ତମାନ ସୁଦ୍ଧା ବ୍ଲକ କିମ୍ବା ପଞ୍ଚାୟତ ପଏଣ୍ଟକୁ ପହଞ୍ଚି ନଥିବାରୁ ଲୋକଙ୍କୁ ମିଳିନାହିଁ । ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଖୁବ୍ ଶୀଘ୍ର ବ୍ଲକର ହିତାଧିକାରୀମାନଙ୍କୁ ଡାଲି ବଣ୍ଟନ କରାଯିବ ବୋଲି ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.