ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ : ଏପଟେ କେବଳ ଫଳକରେ ସୀମିତ ବୈଦ୍ୟୁତିକ ଶବ ଦାହ ଗୃହ

ସୁବର୍ଣ୍ଣପୁର,୧୮/୫: ସହରରେ ଶବ ଦାହ ପାଇଁ ଆବଶ୍ୟକ କାଠର ଘୋର ଅଭାବ ଦେଖାଦେବା ଫଳରେ ସୋନପୁର ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି । ଏପରିକି ସହରର ବରିଷ୍ଠ ନାଗରିକ ବିଭିନ୍ନ ସମୟରେ ଜିଲାପାଳଙ୍କୁ ଭେଟି ଏ ସମ୍ପକୟଙ୍କର ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ । ଏ ସମନ୍ଧରେ ଓଡିଆ ବାର୍ତ୍ତାରେ ଏକାଧିକ ବାର ଖବର ପ୍ରକାଶ ପାଇଛି । ସ୍ଥାନୀୟ ରାମେଶ୍ୱର ସଙ୍ଗମସ୍ଥଳରେ ନିର୍ମାଣ ହେବାକୁ ଥିବା ବୈଦ୍ୟୁତିକ ଶବଦାହ ଗୃହ ଦୀର୍ଘ ଦିନ ହେଲା ଫଳକରେ ସୀମିତ ରହିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଫଳରେ ଶବ ଦାହ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୂଚନା ଯୋଗ୍ୟ ଯେ, ସହରର ମହାନଦୀ ଓ ତେଲନଦୀ ସଙ୍ଗମରେ ଥିବା ରାମେଶ୍ୱର ମନ୍ଦିର ଶ୍ମାଶନ ଘାଟ ଶବହାହ ପାଇଁ ଏକ ପବିତ୍ର ପୀଠ ହୋଇଥିବାରୁ ଏହି ସ୍ଥାନକୁ ପ୍ରତ୍ୟେକ ଦିନ ସହର ତଥା ସହର ବାହାରୁ ଅନେକ ଶବ ଦାହ ପାଇଁ ଆସିଥାନ୍ତି । କିନ୍ତୁ ଦାହ ପାଇଁ ସହରରେ କାଠର ଘୋର ଅଭାବ ରହିଥିବାରୁ ଏଠାକୁ ଶବଦାହ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ପାଖ ରେ ଥିବ ଅପେକ୍ଷା ଗୃହର ର ଅବସ୍ଥା ମଧ୍ୟ କହିଲେ ନ ସରେ । ସେଠାରେ ବସି ଅପେକ୍ଷା କରିବାକୁ ଲୋକେ ଯେମିତି ଅମଙ୍ଗ ହେଉଛନ୍ତ । ପ୍ରତ୍ୟହ ରାମେଶ୍ୱର ଘାଟରେ ଦିନକୁ ୩ରୁ ୪ଟି ଶବ ଦାହ କରାଯାଉଥିବା ବେଳେ କାଠର ଘୋର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସାଙ୍ଗକୁ ବିଭିନ୍ନ ସମୟରେ ପଡୋଶୀ ବୌଦ୍ଧ ଜିଲାର ମନମୁଣ୍ଡା ସରକାରୀ କାଠ କର୍ପୋରେସନରୁ କାଠ ଆଣିବାକୁ ବାଧ୍ୟ ହେଉଥିବା ଦେଖାଯାଇଛି । ତେବେ ପୁର୍ବରୁ ସହରରେ ବନ ବିଭାଗର କର୍ପୋରେସନ ଦ୍ୱାରା ପରିଚାଳିତ ଏକ କାଠ ଡିପୋ ଥିବାରୁ ଏଠାରୁ ଲୋକ କାଠ ଆଣି ଶବଦାହ କରୁଥିଲେ । କିନ୍ତୁ ଦୀର୍ଘ ବର୍ଷ ହେଲା ତାହା ମଧ୍ୟ ବନ୍ଦ ହୋଇଯାଇଥିବାରୁ ଏହି ସମସ୍ୟା ବର୍ତ୍ତମାନ ଗୁରୁତର ହୋଇ ପଡିଛି । ହେଲେ ଏଭଳି ପରିସ୍ଥିତିରେ ସହରରେ ଶବଦାହ କାଠର ଅଭାବ ଲୋକଙ୍କ ଦୁର୍ଦଶାକୁ ଦ୍ୱିଗୁଣିତ କରିଦେଇଛି । ଅନ୍ୟ ପକ୍ଷରେ ରାମେଶ୍ୱର ମନ୍ଦିର ଶ୍ମଶାନ ଘାଟରେ ଏକ ବୈଦ୍ୟୁତିକ ଶବଦାହ କେନ୍ଦ୍ର ପାଇଁ ଯୋଜନା ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କେବଳ ସରକାରୀ ଫାଇଲ ତଳେ ଚାପି ହୋଇ ରହିଥିବା ସହରବାସୀ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ରାମେଶ୍ୱର ସଙ୍ଗମସ୍ଥଳରେ ନିର୍ମାଣ ହେବାକୁ ଥିବା ବୈଦ୍ୟୁତିକ ଶବଦାହ ଗୃହ ଦୀର୍ଘ ଦିନ ହେଲା ଫଳକରେ ସୀମିତ ରହିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଫଳରେ ଶବ ଦାହ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ରାମେଶ୍ୱର ସଙ୍ଗମସ୍ଥଳରେ ବୈଦ୍ୟୁତିକ ଶବ ଦାହ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି । ପୌର ପରିଷଦ ପକ୍ଷରୁ ନିର୍ମାଣ ହେବାକୁ ଥିବା ଶବଦାହ ଗୃହର ନିର୍ମାଣ ନେଇ ତତ୍କାଳୀନ ରାଜ୍ୟ ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୩୦.୬.୨୦୧୮ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଇତି ମଧ୍ୟରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଶବ ଦାହ ଗୃହ ନିର୍ମାଣ କାର୍ଯ୍ୟ କେବଳ ଫଳକରେ ସୀମିତ ରହିଛି ଏ ସମ୍ପକୟଙ୍କରେ କିଛି ମାସ ପୂର୍ବରୁ ପୂର୍ବତନ ପୌର ପରିଷଦ ନିର୍ବାହୀ ଅଧିକାରୀ ଡ.ଜଗଦିଶ ଚନ୍ଦ୍ର ମହାନନ୍ଦଙ୍କୁ ପଚାରିବାରୁ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୩ ଲକ୍ଷ ଟଙ୍କାର ଟେଣ୍ଡର ଡକା ଯାଇ ସାରିଛି ବୋଲି ପ୍ରକାଶ କରିଥିଲେ ହେଲେ ଏପରିକି ଜନୈକ ଠିକାଦାର ଏହି କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି ବୋଲି ପ୍ରକାଶ କରିଥିଲେ ହେଲେ ଏବେ ଶ୍ରୀ ମହାନନ୍ଦ ଙ୍କ ଅନ୍ୟତ୍ର ବଦଲି ପରେ କିଛି ମାସ ବିତିଯାଇଥିଲେ ବି ତାହା ଯଥା ପୂବଂକୁ ତଥା ପରଂ । ତେବେ ବର୍ତମାନର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିନ ଥିଲା କିନ୍ତୁ କିଛି ମାସ ପୂର୍ବେ କାମ ଆରମ୍ଭ ହେବ ବୋଲି କୁହାଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନଥିବାରୁ ବୁଦ୍ଧିଜିବି ମହଲରେ ଅସନ୍ତୋସ ଦେଖାଯାଇଛି । କିନ୍ତୁ ପ୍ରସାସନ ଦିର୍ଘଦିନ ଧରି କାମ ଟି ପକାଇ ରଖିଥିବରୁ ଶିଘ୍ର ଏହାର ସମାଧାନ କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି ହେଉଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Pearl dental clinic
Near Ashish Medical Store, Bhawanipatna

Like us on Facebook👇🏻

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.