ସୁବର୍ଣ୍ଣପୁର,୧୯/୫: କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି, ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଥମୁନାହିଁ ଚାଷୀର ଦୁଃଖ । ଡିପ୍ ବୋର୍ ୱେଲ୍ (ପାତାଳବୋରିଂ) ସମସ୍ୟା ନେଇ ସୋନପୁର ଜିଲ୍ଲାରେ ପ୍ରାୟ ୬୦ ଜଣ ଚାଷି ଉଠାଜଳସେଚନ ବିଭାଗର ନିବାହି ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ସୁଚନା ମିଳିଛି । ଜିଲ୍ଲାର ବିରମହାରାଜପୁର ଉପଖଣ୍ତ ର କୋଟସମଲାଇ, ବଙ୍କିଆ,ଗୋପପାଲି, ପତ୍ରାପାଲି,ଲଙ୍କାବାହାଲ ଏବଂ ସୋନପୁର ଉପଖଣ୍ଡ ର ଖଇରଟିକ୍ରା, ରେଙ୍ଗାଲି, ଗଡିଆ,ବିଶିମୁଣ୍ଡା, ଲଛିପୁର, ଖାରି, ବସଲାଟ, ଜନମୁରା, ପିପିଲିପାଲି ସହ ଅନ୍ୟାନ୍ୟ ଗ୍ରାମ ଗୁଡିକରେ ମଧ୍ୟ ପାତାଳବୋରିଂ କାମରେ ସମସ୍ୟା ରହିଥିବା ସୁଚନା ମିଳିଛି । ତଥ୍ୟ ଅନୁସାରେ ୯୦%କାମ ବାକି ରହିଥିବାବେଳେ କାମ ସରିଛି ବୋଲି ବିଭାଗକୁ ଠିକାଦାର ସୁଚନା ଦେଇଛନ୍ତି ବୋଲିବିଭାଗ ପକ୍ଷରୁ କୁହାଯାଈଛି । ଏ ସମ୍ପର୍କରେ ସୋନପୁରର ଆସିଷ୍ଟାଣ୍ତ ଏକ୍ସଜୁକୁଟିଭ ଇଞିନିୟରଙ୍କୁ ପଚାରିବାରୁ ବିଶେଷ ତଥ୍ୟ ଦେଇପାରି ନଥିଲେ । ବୀରମହାରାଜପୁର ବିଭାଗିୟ ଅଧିକାରୀଙ୍କୁ ଯୋଗାଯୋଗ ହୋଈପାରିନଥିଲା । ତେବେ ଜୁନ ୧୫ ସୁଦ୍ଧା କାମ ସାରିବାକୁ ଚାଷି ମହଲରେ ଦାବି ହୋଈଥିବା ସୁଚନା ମିଳିଛି ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
http://bit.ly/OBgroup4
Like us on Facebook
https://facebook.com/odiabarta