ଚାଲିଛି ଅନିୟମିତତା ଓ ନିମ୍ନମାନର କାମ : କୁମଖାଲ – ସିନ୍ଧିବାହାଲି PMGSY କାର୍ଯ୍ୟ ବନ୍ଦ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ,୧୯/୫: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ଚାଲିଥିବା ଅଭିଯୋଗ ଆଣି ‘କୁମଖାଲ – ସିନ୍ଧବାହାଲି’ ରାସ୍ତା କାମ ବନ୍ଦ କରି ଦେଇଛନ୍ତି ଅଞ୍ଚଳବାସୀ ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କୁମଖାଲ ଠାରୁ ସିନ୍ଧିବାହାଲି ପର୍ଯ୍ୟନ୍ତ ୧ କୋଟି ୩ ଲକ୍ଷ ୬୭ ହଜାର ଟଙ୍କା ଅଟକଳରେ ପିଏମଜିଏସୱାଇ ସ୍କିମରେ ଏହି ରାସ୍ତା ନିର୍ମାଣ ଚାଲିଛି । ୪ କିମି ପରିମିତ ଏହି ସଡକ ନିର୍ମାଣର କାର୍ଯ୍ୟାରମ୍ଭ ୫ ସେପ୍ଟେମ୍ବର ୨୦୧୭ ରୁ ଆରମ୍ଭ ହୋଇ ୪ ଜୁନ ୨୦୧୮ ରେ ଶେଷ ହେବାକଥା କିନ୍ତୁ ଏ ପର୍ଯ୍ୟନ୍ତ କାମ ସରିପାରୁନାହିଁ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟାରମ୍ଭ ସମୟରୁ ନେଇ ବର୍ତ୍ତମାନ ସୁଦ୍ଧା ଏଠାରେ ଅନେକ ଅନିୟମିତତା ଓ ନିମ୍ନ ମାନର ସାମଗ୍ରୀ ବ୍ୟବହୃତ ହୋଇଥିବା ସ୍ଥାନୀୟ ଜନତା ଅଭିଯୋଗ କରିଛନ୍ତି । ନିୟମାନୁସାରେ ପ୍ରଥମେ ରାସ୍ତାର ଧୁଳିକୁ ଭଲ ଭାବରେ ସଫାକରି ପ୍ରାଇମର ଦେଇ ଚିପ୍ସ ପକାଇବା ପରେ ବଜୁରି ସହିତ ପିଚୁ ମିଶାଇ ପକାଇବା କଥା କିନ୍ତୁ ଠିକାଦାର ଜଣକ ବିନା ଚିପ୍ସରେ ପିଚୁ ପକାଉଥିବା ଦେଖିବାକୁ ମିଲିଥିଲା। ଏକ କିମି ଏହିଭଳି କାମ ଚାଲିବା ପରେ ଏପରି ନିମ୍ନମାନର କାମକୁ ନେଇ ଅଞ୍ଚଳବାସୀ ଘୋର ବିରୋଧ କରିଥିଲେ। କିନ୍ତୁ ସଂପୃକ୍ତ ଠିକା ସଂସ୍ଥା ଲୋକଙ୍କ କଥାକୁ କର୍ଣ୍ଣପାତ କରିନଥିଲା । ଶେଷରେ ଆଜି ପୁନିଗୁଡା ,ସନ୍ଧିବାହାଲି, ଗାରେସ, ସଲପାଙ୍ଗ, ଦେହେଡା, ସର୍ଗିଲେପା, ମନସ୍ତରା, ବରିଙ୍ଗପଦର ଓ ଦାରେବେଙ୍ଗ ଗାଁର ଶତାଧିକ ଲୋକେ ଏକତ୍ରିତ ହୋଇ ନିର୍ମାଣ କାମକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିଲେ।

ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ବସନ୍ତ କୁମାର ବେହେରା ରାସ୍ତା ନିର୍ମାଣ ସ୍ଥଳକୁ ଆସି ରାସ୍ତାର ମାନ ଜାଞ୍ଚ କରିଥିଲେ ଓ ସେ ମଧ୍ୟ ଏମିତି କାମ ନକରିବା ପାଇଁ ଠିକାଦାରକୁ କହିଥିବା ଜଣାପଡିଛି । ନିମ୍ନମାନର କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ପରିପ୍ରେକ୍ଷିରେ ଉପରିସ୍ଥ ଅଧିକାରୀ ଜାଞ୍ଚ ନକରିବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ବନ୍ଦ କରିଦିଆ ଯାଇଛି ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଲାଞ୍ଜିଗଡ ବ୍ଲକର ବିଭିନ୍ନ ପିଏମଜିଏସୱାଇ କାମରେ ଘୋର ବ୍ୟତିକ୍ରମ, ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ଲଗାତାର ଭାବେ ଚାଲି ଆସୁଥିବା ନଜରକୁ ଆସୁଛି । ବିଭାଗିୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଫଳରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଜନତାଙ୍କ ସରଳତାର ସୂଯୋଗ ନେଇ ଠିକାଦାର ଓ କେତେକ ସରକାରୀ ବାବୁ ମାଲେମାଲ ହେଉଥିବାବେଳେ ଲାଞ୍ଜିଗଡ ବ୍ଲକରେ ପିଏମଜିଏସୱାଇର କାର୍ଯ୍ୟଧାରାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏସବୁ କାର୍ଯ୍ୟର ଉଚ୍ଚ ସ୍ଥରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.