ଅମୃତେ ଭାଣ୍ଡ ପୁରିଥିଲା, ସୋଡା ପାଣିରେ ନାଶ ଗଲା

କର୍ଲାମୁଣ୍ଡା : ବନ୍ଦ ହୋଇଗଲା କଳାହାଣ୍ଡି ଉତ୍ସବ : ନିରାଶ ସଂସ୍କୃତି ପ୍ରେମୀ, ସ୍ତବ୍ଧ ଜନତା

କର୍ଲାମୁଣ୍ଡା,୧୩/୧:
କର୍ଲାମୁଣ୍ଡା ବ୍ଲକର କଳାହାଣ୍ଡି ଉତ୍ସବରେ ଶୃଷ୍ଟି ହୋଇଛି ଘୋର ବିଭ୍ରାଟ ! ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ ଆରମ୍ଭ ହେବା ପୂର୍ବରୁ ସୃଷ୍ଟି ହୋଇଥିବା ଆଶଙ୍କା ସତ୍ୟରେ ପରିଣତ ହୋଇଛି । ମଶାଲ ଯାତ୍ରା ହେଲା, ଉଦଘାଟନୀ ଉତ୍ସବବି ହେଲା କିନ୍ତୁ ଠିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସବୁ ବିଗିଡିଗଲା । ବନ୍ଦ ହୋଇଗଲା କଳାହାଣ୍ଡି ଉତ୍ସବ । ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବାପାଇଁ ଅନାଇ ବସିଥିବା ସଂସ୍କୃତି ପ୍ରେମୀ ନିରାଶ ହୋଇ ନିଜ ମୁଣ୍ଡରେ ହାତ ବାଡେଇବା ଛଡା ଅନ୍ୟ ଉପାୟ ନଥିଲା । ଜନ ସାଧାରଣଙ୍କ ଉତ୍ସବରେ ଏପରି ବିଶୃଙ୍ଖଳା ଯୋଗୁଁ ସ୍ତବ୍ଧ ହୋଇଯାଇଛନ୍ତି କର୍ଲାମୁଣ୍ଡା ବାସୀ । ତେବେ କହିବ କାହାକୁ ସୁଣିବ କିଏ !

ଘଟଣାର ପୃଷ୍ଠଭୂମି ହେଉଛି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ । କଳାହାଣ୍ଡି ଉତ୍ସବର ଅବ୍ୟବହିତା ପୂର୍ବରୁ ବ୍ଲକ ସ୍ଥରୀୟ ଉତ୍ସବର ରୂପରେଖକୁ ତଥା ଅଧ୍ୟକ୍ଷାଙ୍କ ଅଶୋଭନୀୟ ବ୍ୟବହାରକୁ ନେଇ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ କର୍ଲାମୁଣ୍ଡା ବିଡିଓ । ଏହା ପୂର୍ବରୁ ବିଡିଓ ଓ ବ୍ଲକ ଅଧ୍ୟକ୍ଷାଙ୍କ ବିବାଦ ସହିତ ଅଞ୍ଚଳବାସୀ ଭଲ ଭାବରେ ଅବଗତ ହୋଇଛନ୍ତି ।

ଏ ବର୍ଷର କଳାହାଣ୍ଡି ଉତ୍ସବର ଆୟୋଜନ କରିଥିଲା ବ୍ଲକ ସଂସ୍କୃତି ପରିଷଦ । ଉଦଘାଟନୀ ସମାରୋହ ଠିକ ଭାବେ ସମାପନ ହୋଇ ଯାଇଥିଲା , କିନ୍ତୁ ସାନ୍ଧ୍ୟ ଅଧିବେଶନରେ ଦେଖା ଦେଲା ଘୋର ବିଭ୍ରାଟ । ଅତିଥିମାନେ ଅାସି ସାରିଥିଲେ କିନ୍ତୁ ସେମାନେ ମଞ୍ଚାସିନ ହୋଇ ପାରିଲେ ନାହିଁ । ଅତିଥିଙ୍କୁ ଅସମ୍ମାନ ହେବା ସବୁଠାରୁ ଅଧିକ ବାଧିଥିଲା ଜନତାଙ୍କୁ । ସାଂସ୍କୃତିକ ପରିଷଦ ଦ୍ବାରା ପ୍ରସ୍ତୁତ ନିମନ୍ତ୍ରଣ କାର୍ଡରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ନାମ ନଥିଲା । ଅଧ୍ୟକ୍ଷା ମଞ୍ଚରେ ବସିବା ପାଇଁ ଅଡି ବସିଥିଲେ । ଏହାପରେ ବିବାଦ ଉଗ୍ରରୂପ ନେଲା । ଆମନ୍ତ୍ରୀତ ଅତିଥି ମାନେ ସମସ୍ୟାର ସମାଧାନ କରିବାକୁ ଶତ ଚେଷ୍ଟା କରିଥିଲେ କିନ୍ତୁ କିଛି ସୁଫଳ ମିଲି ନଥିଲା । ବାସ୍ ତାପରେ ଅଧାରେ ଅଟକି ବନ୍ଦ ହୋଇ ଯାଇଥିଲା କଳାହାଣ୍ଡି ଉତ୍ସବ ।

କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ ପରଂପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବରେ ଏ ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରି ପାରୁ ନାହାନ୍ତି କର୍ଲାମୁଣ୍ଡା ବାସୀ । ତେବେ ଏଥିପାଇଁ ଦାୟୀ କିଏ ? ସାଧାରଣ ଜନତାର ବିରାଟ ପ୍ରଶ୍ନବାଚୀ । ନିଜ ନିଜ କ୍ଷେତ୍ରରେ ଯାହାହେଲେ ଜନତାର ଯାଏ ଆସେ ନାହିଁ କିନ୍ତୁ ଲୋକଙ୍କ ଭାବନା ପ୍ରତି କୁଠାରଘାତ କରିବା କାହାର ଅଧିକାର ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

କର୍ଲାମୁଣ୍ଡାରୁ ନୀବିନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.