ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ସେବା ସମବାୟ ସମିତି : ଲାଞ୍ଜିଗଡର ଚାଷୀ ହତାସ

ଲାଞ୍ଜିଗଡ,୧୩/୭ : ଲାଞ୍ଜିଗଡ଼ର କୃଷକଙ୍କୁ ଘାରିଛି ସାର ଚିନ୍ତା । ଏବର୍ଷ ଚାଷବାସ ଆରମ୍ଭ ହୋଇଯାଇଥିବା ବେଳେ ସରକାରୀ ସ୍ଥରରେ ସାର ଯୋଗାଣ ହୋଇ ନଥିବାରୁ ଲାଞ୍ଜିଗଡ ଅଞ୍ଚଳର ଚାଷୀମାନେ ହତାସ ହୋଇ ପଡିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ବର୍ଷର ପଇସା ବାକି ଥିବାରୁ ବ୍ଲକର ଲାଞ୍ଜିଗଡ ଓ ବିଶ୍ୱନାଥପୁର ସେବା ସମବାୟ ସମିତି (ଲ୍ୟାମ୍ପସ)କୁ କେସିଙ୍ଗା ବଫର ସାର ଯୋଗାଇ ଦେଇନାହିଁ । ଫଳରେ ୧୨ ଗୋଟି ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ମାନେ ସାର ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯାହା ଫଳରେ ନିକଟସ୍ଥ ଜିଲ୍ଲା ରାୟଗଡାର ଅମ୍ବାଦଳା ଓ ମୁନିଗୁଡା ସାର ବ୍ୟବସାୟୀମାନଙ୍କଠାରୁ ୫୦ ରୁ ୬୦ ଟଙ୍କା ଚଢା ଦର ଦେଇ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ଅଞ୍ଚଳରେ ଚାଷୀମାନେ ଅଧିକ ପରିମାଣରେ ୟୁରିଆ, ପଟାସ ଓ ଡିଏପି ସାର ବ୍ୟବହାର କରୁଛନ୍ତି। ୟୁରିଆର ସରକାରୀ ଦର ୨୬୬.୫୦ଟଙ୍କା ରହିଥିବା ବେଳେ ଡିଏପି ୧୨ ଶହ ଟଙ୍କା ଓ ପଟାସ ୯୫୦ ଟଙ୍କା ରହିଛି। ବ୍ଲକରେ ୩ ଗୋଟି ଲ୍ୟାମ୍ପସ ଦ୍ବାରା ଚାଷୀଙ୍କୁ ସରକାରୀ ଦରରେ ସାର ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ଲାଞ୍ଜିଗଡ ବ୍ଲକରେ ଲାଞ୍ଜିଗଡ, ବିଶ୍ଵନାଥପୁର ଓ ସିକେରକୁପା ଲ୍ୟାମ୍ପସ ମଧ୍ୟରୁ ଗୋଟିଏ ସିକେରକୁପା ଲ୍ୟାମ୍ପସ ହିଁ ଚାଷୀଙ୍କୁ ସାର ଯୋଗାଇଛି। କିନ୍ତୁ ସାର ଅଣା ଯାଉଥିବା କେସିଙ୍ଗା ବଫର ଗତ ବର୍ଷର ବକିୟା ପଇସା ଯୋଗୁଁ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଲ୍ୟାମ୍ପସକୁ ସାର ଦେବା ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛି। ମିଳିଥିବା ସୂଚନା ଅନୁସାରେ ବିଶ୍ୱନାଥପୁର ଲ୍ୟାମ୍ପସରେ ଗତ ବର୍ଷ ସାର ବାବଦକୁ ଚାଷୀଙ୍କଠାରୁ ଆଦାୟ କରାଯାଉଥିବା ପଇସା ଲ୍ୟାମ୍ପସର କିଛି କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରି ଦେଇଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ଆଦାୟ କରାଯାଇ ନାହିଁ। ଯାହା ଫଳରେ ବିଶ୍ୱନାଥପୁରର ଚାଷୀ ମାନେ ଚଳିତ ବର୍ଷ ସାର ପାଇ ପାରିଲେ ନାହିଁ। ସେହିପରି ଗତ ବର୍ଷ ଲାଞ୍ଜିଗଡ ଲ୍ୟାମ୍ପସ ଗୋଦାମ ଘରେ ବର୍ଷା ପାଣି ପଶି ଯାଇଛିଥିବା ଯୋଗୁଁ ଗୋଦାମରେ ଥିବା ୬ ଶହ ବସ୍ତା ସାର ମଧ୍ୟରୁ କିଛି ପରିମାଣରେ ସାର ନଷ୍ଟ ହୋଇ ଯାଇଥିଲା। ଯାହା ଫଳରେ ଠିକ ଥିବା ସାରକୁ ଲ୍ୟାମ୍ପସ କିଛି କର୍ମଚାରୀ କଳାବଜାରୀ କରି ଥିବା ଯୋଗୁଁ ଦାଇତ୍ୱରେ ଥିବା ଏଗ୍ରିକେଲଚର ଅଫିସର ଓ ଯନ୍ତ୍ରୀଙ୍କୁ ଜୟକ୍ଷତିର ସଠିକ ଭାବେ ପ୍ରମାଣ ଦେଇ ନଥିବା ଯୋଗୁଁ ସରକାରଙ୍କ ଠାରୁ ସହାୟତା ମଧ୍ୟ ମିଳିନଥିଲା। ଫଳ ସ୍ବରୂପ ୨ ଗୋଟି ଲ୍ୟାମ୍ପସ ଦାଇତ୍ୱରେ ଥିବା ତତ୍କାଳୀନ ଏମଡି ରଣାଙ୍କୁ ୫୦ରୁ ୬୦ ହଜାର ଟଙ୍କା ନିଜ ହାତରୁ ଦେବାକୁ ପଢିଥିଲା। ଲ୍ୟାମ୍ପସ ଏମଡି ୨ ଟି ଦାଇତ୍ୱ ତୁଲାଉ ଥିବା ଯୋଗୁଁ ତାଙ୍କ ଅନୁପସ୍ଥିତରେ ଏହି ପାଇଦା ଉଠାଉଥିବା ଜଣା ଯାଉଛି। ଯାହା ଫଳରେ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଅଞ୍ଚଳର ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।ଏନେଇ ଲାଞ୍ଜିଗଡ ଏମିଡି କମ୍ବୁ ବାରିକଙ୍କୁ ପଚାରିବାରୁ ବର୍ତ୍ତମାନ ଚଳିତ ବର୍ଷ ଲାଞ୍ଜିଗଡ ଲ୍ୟାମ୍ପସ ପାଇଁ ୟୁରିଆ ୭ଟ୍ରିପ, ପଟାସ ୨ଟ୍ରିପ, ଡିଏପି ୨ଟ୍ରିପ ସେହିପରି ବିଶ୍ୱନାଥପୁର ଲ୍ୟାମ୍ପସ ପାଇଁ ୟୁରିଆ ୮ଟ୍ରିପ, ପଟାସ ୨ଟ୍ରିପ ଓ ଡିଏପି ୨ ଟ୍ରିପ ପାଇଁ ସାର ଯୋଗାଉଥିବା କେସିଙ୍ଗା ବଫରକୁ ଲିଖିତ ଅଭିଯୋଗ କରିଥିଲି କିନ୍ତୁ ଗତ ବର୍ଷର ବକେୟା ଥିବା ପଇସା ଯୋଗୁଁ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଲ୍ୟାମ୍ପସକୁ ସାର ଦେବାପାଇଁ ସମ୍ପୂର୍ଣ୍ଣ ମନା କରି ଦେଇଥିବା ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.