କୃଷିକ୍ଷେତ୍ରରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଶିଶୁକୁ ଉଦ୍ଧାରକରି ଡାକ୍ତରଖାନା ନେଇଗଲେ ଚାଷୀ ଦୁଲାଲ ଚନ୍ଦ୍ର କାୟତ

କୋରାପୁଟ/ନବରଙ୍ଗପୁର,୧୬/୭: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୋରବେଲା ଗାଁ ଚାଷ ଜମିରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ଏକ ନବଜାତ ଶିଶୁ ସ୍ଥାନୀୟ ଜମି କଡରେ ପଡିଥିବାର ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଥିଲେ । ସୂଚନା ଆନୁଯାୟୀ ପୋରବେଲା ଗାଁର ଦୁଲାଲ ଚନ୍ଦ୍ର କାୟତ ନିଜ ଜମିକୁ ଚାଷ କରିବା ପାଇଁ ଯାଇଥିବା ବେଳେ ସେ ନବଜାତ ଶିଶୁ କାନ୍ଦିବାର ଶବ୍ଦ ଶୁଣିଥିଲେ । ଶବ୍ଦ ଶୁଣି ଦୁଲାଲା ସେଇ ନବଜାତ ଶିଶୁ ନିକଟିକୁ ଯାଇ ପହଞ୍ଚିଥିଲେ । ସେ ତୁରନ୍ତ ଉକ୍ତ ଶିଶୁଟିକୁ ଯୋଡ଼େଙ୍ଗା ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ସୁଧାଂଶୁ ସେଠି ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରି ଯୋଡ଼ିଙ୍ଗା ମେଡିକାଲ ରେ ରଖିଛନ୍ତି । ଖବରପାଇ ସ୍ଥାନୀୟ ପୋଲିସ ଏଏସଆଇ ପ୍ରଦୀପ କୁମାର ବାଘ ଜୋଡିଙ୍ଗା ମେଡିକାଲରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ । କିଏ କେଉଁ ପରିସ୍ଥିତିରେ ନବଜାତ ଶିଶୁ ପୁତ୍ରକୁ ଫୋପାଡି ଚାଲିଯାଇଛି ସେ ସଂପର୍କରେ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡିଛି ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.