ପୁଣି ୧୩ ଜଣ ନୂଆ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୦୮୨କୁ ଛୁଇଁଲା, ମୃତ ସଂଖ୍ୟା ୪୦

ରାୟଗଡ: ରାୟଗଡ ଜିଲ୍ଳାରେ ଶନିବାର ଦିନ ମାତ୍ର ୧୩ ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦୮୨କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୧୩ ଜଣଙ୍କ ମଧ୍ୟରେ ୦୫ ଜଣ ପୁରୁଷ ଓ ୦୮ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି ।

ସେହିପରି ମୋଟ ୮୦୮୨ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୭୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୮ ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୬ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୯ ଜଣ ଚିହ୍ନଟ ହୋଇଛନ୍ତି । ଶନିବାର ୧୩ ଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାରେ ୮୧୫ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୮୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୦୨ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୪ଜଣଙ୍କ କରୋନା ଜନୀତ ମୃତ୍ୟୁରେ ପ୍ରାଣ ହାରିଛନ୍ତି ।

ସେହିପରି ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୮ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡ ସହରାଂଚଳରୁ ୦୨ଜଣ ଚିହ୍ନଟ ହୋଇଛନ୍ତି । ବିଷମକଟକ ଓ ଚନ୍ଦ୍ରପୁର ବ୍ଳକ ଓ ଗୁଣପୁର ସହରାଂଚଳରୁ ଜଣେ ଲେଖାଁଏ ସର୍ବମୋଟ ୧୩ ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ୯୮.୧୮ ପ୍ରତିଶତ ସୁସ୍ଥତା ହାର ଓ ସକ୍ରିୟ ହାର ୧.୩୧ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୧ ପ୍ରତିଶତ ହାରରେ ୪୦ ଜଣଙ୍କ ମୃତ୍ୟୁ ହୋଇଛିି ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.