ଲାଞ୍ଜିଗଡ ଠାରେ ଶ୍ୟାମକାଳୀ ପୂଜା ସମ୍ପନ୍ନ

କଳାହାଣ୍ଡି/ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଠାରେ ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ୬ଷ୍ଠ ବର୍ଷରେ ପଦାର୍ପଣ କରିଛି।ଶୁକ୍ରବାର କଳସ ଶୋଭାଯାତ୍ରା ଲାଞ୍ଜିଗଡ଼ ଆଶ୍ରମପଡା ଯୁବଶକ୍ତି ସେବାକେନ୍ଦ୍ର ଅନୁକୂଲ୍ୟରେ ସମ୍ପର୍ଣ୍ଣ ହୋଇଥିଲା। ଶ୍ରଦ୍ଧାଳୁ ମହିଳା ପୁରୁଷ ନିକଟସ୍ଥ ସାନଯୋର ବନ୍ଧରୁ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ମୁଖ୍ୟ ପୁରୋଧା ପ୍ରଭାକର ଆଚାର୍ଯ୍ୟ ଓ ଲିଙ୍ଗରାଜ ବାରିକ ପୂଜା ମଣ୍ଡପରେ ସହଯୋଗ କରିଥିଲେ‌। କର୍ତ୍ତା ଭାବେ ଗୋବିନ୍ଦ ରଣା ଓ ତାଙ୍କ ପତ୍ନି ଦାୟିତ୍ୱ ତୁଲାଇ ଥିଲେ, ପୂଜା କମିଟି ସଭାପତି କୁନା ରଣା ସମ୍ପାଦକ ଶ୍ରୀନିବାସ ଚଣ୍ଡୀ ଓ କୋଷାଧକ୍ଷ ଲକ୍ଷ୍ମୀ ଧର ବେହେରା ଉପଦେଷ୍ଟା କମିଟିର କ୍ଷମା ସାହୁ, ସୁବାଷ ଅଗ୍ରୱାଲ, ବାଞ୍ଛା ସାହୁ, ଶ୍ୟାମସୁନ୍ଦର ଚଣ୍ଡୀ ଉପସ୍ଥିତ ଥିଲେ।ଯୁବଶକ୍ତି ସେବାକେନ୍ଦ୍ର ସଭାପତି ବିକ୍ରମ ମୁଣ୍ଡା, ଉପେନ୍ଦ୍ର ବଗର୍ତ୍ତି, ସୁଦର୍ଶନ ମୁଣ୍ଡା, ଶ୍ୟାମ ମୁଣ୍ଡା, ବିଷ୍ଣୁ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ବିନା ଭକ୍ତରେ ପାଳନ କରାଯାଇଥିଲା ।

Omkar Vasthu
Omkar Vasthu
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା) ଙ୍କ ସହ ଲାଞ୍ଜିଗଡ଼ରୁ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to Like us on Facebook👇🏻

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.