ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ନାଗ ଚତୁର୍ଥୀ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି।
ଏହି ଅବସରରେ ଲୋକେ ସ୍ୱପରିବାର ସହ ସାପ ହୁଙ୍କା(ବିଳା) ପାଖରେ ପ୍ରଥମେ ଝୋଟି, ଦୀପ ଓ ବିଭିନ୍ନ ପୂଜା ସାମଗ୍ରୀ ଦେଇ ପୂଜାର୍ଚ୍ଚନା କରିଥାନ୍ତି ଓ ଘରେ ତିଆରି ବିଭିନ୍ନ ପିଠା ପଣା ଭୋଗ ଲଗାଇଥାନ୍ତି। ପରେ ମାନସିକଧାରୀ ମାନେ ନିଜ ନିଜର ମାନସିକକୁ ନେଇ ସୁନା, ରୂପା, ତମ୍ବା, ପିତ୍ତଳ ସହ ଅନ୍ୟାନ୍ୟ ଧାତୁରେ ତିଆରି ନାଗ ନାଗୁଣି ତିଆରି କରି ହୁଙ୍କା ବା ବିଳାରେ ଅର୍ପଣ କରିଥାନ୍ତି। ଏହା ଦ୍ୱାରା ଭବିଷ୍ୟତରେ ପରିବାରରେ କାହାରିକୁ ସର୍ପ ଦୋଷ ରହିବ ନାହିଁ ବୋଲି ବିଶ୍ୱାସ ରହିଛି।
ସେହିପରି ସାପ ହୁଙ୍କା(ବିଳା)ରେ ମଧ୍ୟ ଅଣ୍ଡା ଅର୍ପଣ କରିଥାନ୍ତି ।ପୂଜା ଶେଷ ହେବା ପରେ ଆଳତି କରି ପୂଜା କରିଥିବା ହୁଙ୍କା ବା ବିଳାର ମାଟିକୁ ଆଣି କାନରେ ଲଗାଇଥାନ୍ତି।ଏହା କରିବା କର୍ଣ୍ଣ ରୋଗ ହୁଏନାହିଁ ବୋଲି କାହିଁ କେଉଁ ଆବାହମାନ କାଳରୁ ବିଶ୍ୱାସ ଓ ପରମ୍ପରା ରହି ଆସିଛି।
ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in