ଲାଞ୍ଜିଗଡ଼ ତହସିଲଦାରଙ୍କ କମର୍ଦ୍ଧା ମଣ୍ଡି ପରିଦର୍ଶନ

ଲାଞ୍ଜିଗଡ: ମଣ୍ଡି ଆରମ୍ଭ ହେବାର ଦିନ କେଇଟା ଯାଇଛି କି ନାହିଁ ମିଲର୍ସମାନେ ନିଜ ନିଜର ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଉଛନ୍ତି । ସେହିପରି ଶୀଘ୍ର ଟାର୍ଗେଟ୍ ଶେଷ ହୋଇଯିବାରୁ ଚାଷୀମାନଙ୍କ ଧାନ ଉଠିନପାରି ମଣ୍ଡିରେ ପଡିରହିଛି ।

Omkar Vasthu
Omkar Vasthu
Advt.

ଏନେଇ ଚାଷୀମାନେ ଅଭିଯୋଗ କରିବା ପରେ କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲାର ୧୧ଜଣ ମିଲର୍ସଙ୍କୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ଉପଜିଲ୍ଲାପାଳ, ତହସିଲଦାରମାନଙ୍କୁ ମଣ୍ଡି ପରିଦର୍ଶନ କରି ରିପୋର୍ଟ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna
Advt.


ଏହିକ୍ରମରେ ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର, କମର୍ଦ୍ଧା ଆଦି ମଣ୍ଡିଗୁଡିକରେ ଧାନ ପଡି ରହିଥିବାବେଳେ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା କମର୍ଦ୍ଧା ମଣ୍ଡି ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

Udyog Nursery
Udyogi Nursery
Advt.

ତାଙ୍କ ସହିତ ଲାଞ୍ଜିଗଡ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ସଂପର୍କରେ ତହସିଲଦାରଙ୍କ ସହିତ ଆଲୋଚନା କରିବା ସହ ମଣ୍ଡିରେ ପଡିଥିବା ଧାନ ଉଠାଇବା ପାଇଁ ଦାବି କରିଥିଲେ। ଆଲୋଚନା ପରେ ତହସିଲଦାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.