ସାମ୍ବାଦିକ ପରେଶ ନାୟକଙ୍କ ପିତୃ ବିୟୋଗ

ଲାଞ୍ଜିଗଡ଼: ଦୈନିକ ‘ସମାଜ’ ଲାଞ୍ଜିଗଡ଼ ପ୍ରତିନିଧି ତଥା ଲାଞ୍ଜିଗଡ଼ ପ୍ରେସ କ୍ଲବ କୋଷାଧ୍ୟକ୍ଷ ପରେଶ କୁମାର ନାୟକଙ୍କ ବାପା ଉଦୟନାଥ ନାୟକଙ୍କ ବିୟୋଗ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଉଦୟନାଥ ନାୟକ ନୂଆବର୍ଷ ରାତିରେ ଜୟପୁର ନିକଟସ୍ଥ କେନ୍ଦୁଗୁଡ଼ା ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ। ସକାଳୁ ତାଙ୍କ ମୃତ୍ୟୁ ଖବର ପାଇ ପାଞ୍ଚ ପୁଅ ଓ ବୋହୁ, ଝିଅଜ୍ବାଇଁ ତଥା ଚଉଦଜଣ ନାତିନାତୁଣୀ ମରଶରୀରର ଶେଷ ଦର୍ଶନ କରିବାକୁ ଜୟପୁରଠାରେ ସମବେତ ହୋଇଥିଲେ। ସେଠାରେ ତାଙ୍କର ଶେଷକ୍ରୁତ୍ୟ ସଂପନ୍ନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବଡ଼ପୁଅ ରମେଶ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବାବେଳେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ଉପସଭାପତି ବି. ତ୍ରିପତି ପାତ୍ର, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ସଦସ୍ୟ କ୍ଷମାନିଧି ମହାକୁଡ଼, ଏମ୍. ଚନ୍ଦ୍ରଶେଖର, ପଦ୍ମନାଭ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ବନା ପ୍ରଦାନ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.