୯ ମାସ ପରେ ଖୋଲିଲା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର

ପର୍ଯ୍ୟଟକଙ୍କ ମନରେ ନାହିଁ ନ ଥିବା ଆନନ୍ଦ, ଉତ୍ସାହ

ମୋହନା(ଏସ୍ ତ୍ରିପାଠୀ): ଗଜପତି ଜିଲ୍ଲା ମୋହନା ବ୍ଳକ ଜିରାଙ୍ଗସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଇଂରାଜୀ ନୂତନ ବର୍ଷ ଅବସରରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ମହାମାରୀ କରୋନା ପାଇଁ ଏହି ମନ୍ଦିର ଦୀର୍ଘ ୯ ମାସଧରି ବନ୍ଦ ରହିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ପାଇବାପରେ ଏହି ପ୍ରସିଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି। କରୋନା କଟକଣା ଦୃଷ୍ଟିରୁ ବନ୍ଦ ରହିଥିବା ମନ୍ଦିରକୁ ନୂତନ ବର୍ଷର ଆଗମନରେ ଖୋଲାଯିବା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଏଠାକାର ସୁନ୍ଦର କାରୁକାର୍ଯ୍ୟ ଓ ମନଲୋଭା କିର୍ତ୍ତୀରାଜି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିପାରୁଥିବାରୁ ଏଠାରେ ବର୍ଷର ପ୍ରାୟ ପ୍ରତ୍ୟକ ସମୟରେ ଜନ ଗହଳି ଦେଖିବାକୁ ମିଳେ।

Omkar Vasthu
Omkar Vasthu


ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ମାସରେ ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ପରିଚାଳନା କମିଟିର ନିଷ୍ଠତି ଅନୁଯାୟୀ ମନ୍ଦିରକୁ ପ୍ରବେଶ ବନ୍ଦ ରଖାଯାଇଥିଲା। ନୂତନ ବର୍ଷରେ ମନ୍ଦିର ଖୋଲାଯିବା ଯୋଗୁଁ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯଟକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ତେବେ କମିଟିର ନିର୍ଦ୍ଦେଶ ପ୍ରକାର ମାସ୍କ ପରିଧାନ, ସାନିଟାରଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକରି ୨୦ରୁ ୨୫ଜଣ ଆଗନ୍ତୁକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉଛି। ସାଧାରଣ ଲୋକେ କରୋନା କଟକଣା ଓ କମିଟିର ନିର୍ଦ୍ଦେଶକୁ ମାନି ବୌଦ୍ଧ ମନ୍ଦିରକୁ ଦର୍ଶନ କରି ଆନନ୍ଦ ଉପଭୋଗ କରୁଥିବା କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.