ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

କଳାହାଣ୍ଡି, (କ୍ଷମାନିଧି ମହାକୁଡ): ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କୋଭିଡ-୧୯ ଗାଇଡ଼ଲାଇନ ମାନି ଜନ୍ମଦିବସକୁ ପାଳନ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉମାକାନ୍ତ ତ୍ରିପାଠୀ, ଉପନିର୍ଦ୍ଦେଶକ ଏନ.ଆଇ.ଇ.ଏଲ.ଏଲ.ଆଇ.ଟି, ଭୁବନେଶ୍ୱର ମୁଖ୍ୟ ଅତିଥି, କିସ୍- କିଟ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ପ୍ରଧାନ ମୁଖ୍ୟ ବକ୍ତା, ସ୍କୁଲର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଚରିତ୍ର, ତ୍ୟାଗ, ରାଷ୍ଟ୍ର ଗଠନ ବିଷୟରେ ଅତିଥି ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀକୁ ଆଧାର କରି ନିଜକୁ କିପରି ରାଷ୍ଟ୍ର ଗଠନରେ ସାମିଲ କରିବା ଓ କାର୍ଯ୍ୟରତ ହେବା ବୋଲି ମତ ପ୍ରକାଶ କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ତୁଲାରାମ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.