ଯୁଗପୁରୁଷ ସ୍ୱାମୀଜୀଙ୍କ କର୍ମଧାରା ଆମ ଆଦର୍ଶ -ଇଂ. ପ୍ରକାଶ ଚନ୍ଦ୍ର ସେଠୀ

କଟକ: ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବହଳପଡା ଓ ଝାରକଟା ଗ୍ରାମରେ ମହାନ ଦେଶଭକ୍ତ ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସାମ୍ବାଦିକ ଅନିଲ ଦାସ, ବହଳପଡା ଗ୍ରାମ ମୁରବୀ ହାଡିବନ୍ଧୁ ଲେଙ୍କା, ବିରଜାଭୂଷଣ ପତି, ଶିକ୍ଷାବିତ ଅକ୍ଷୟ ବାରିକ, ଚିତ୍ରଶିଳ୍ପୀ ଶୁକଦେବ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କୃଷକ ନେତା ଦେବୀ ପ୍ରସାଦ ପତି, ଅଭିରାମ ଦଳାଇ, ବିଜୟ ସ୍ୱାଇଁ, ଆରତ ଭଂଜନ ସାହୁ, ଯୁବନେତା ଅଶ୍ୱନୀ ଦାଶ, ଶରତ ଦାଶ, ଅମିତ ବାରିକ, ଭାରତୀୟ କିଷାନ ସଂଘ ରାଜ୍ୟ ସଂଯୋଜକ ଅସୀମ ଦାସ, ଆଶିଷ ଦାଶ, ବାବୁ, ବଳିଆ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତରହି ସ୍ଵାମୀଜୀଙ୍କ ମହାନତାର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।


ବର୍ତ୍ତମାନର ଯୁବପିଢ଼ି ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେବାକୁ ବ୍ରତ ଭାବେ ଗ୍ରହଣ କରିବାକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସାର୍ବଜନୀନ ସ୍ତରରେ ନିବେଦନ କରିଛନ୍ତି। ଏହାସହ ପରିଷଦର ବିଭିନ୍ନ ଶାଖାରେ ଜାତୀୟ ଯୁବଦିବସ ପାଳନ କରାଯାଇଥିବାରୁ କାର୍ଯ୍ୟକର୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.