୪ର୍ଥ ବାଟାଲିଅନ୍ ସିଆରପିଏଫ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିଅନ୍ ସିଆରପିଏଫ ହେଡ୍‌କ୍ୱାଟର୍ସ ପରିସରରେ ଆଡମ୍ବର ସହକାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସମ୍ବଲପୁର ରେଂଜ ଡିଆଜିପି ବିଜୟ କୁମାର ଜାତୀୟ ପତାକା ଉତୋଳନ କରି ଦେଶ ପାଇଁ ପ୍ରାଣ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ଯବାନମାନଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ସାହସିକତା ଆୱାର୍ଡ ପାଇଥିବା ବୀର ଯବାନ ଓ ଅଧିକାରୀମାନଙ୍କ ନାମ ପଠନ କରିଥିଲେ । ଦେଶରକ୍ଷାରେ ନିଜର ସାହସିକତା, ବୀରତ୍ୱ ଏବଂ ଡ୍ୟିୁଟି ପ୍ରତି ଥିବା କର୍ତବ୍ୟନିଷ୍ଠାକୁ ଦେଶରକ୍ଷାରେ ଉର୍ତ୍ସଗୀକୃତ କରିଥିବା ବୀର ଯବାନ ଓ ଅଧିକାରୀମାନଙ୍କ ପାଇଁ ୪ର୍ଥ ବାଟାଲିଅନ୍ ସିଆରପିଏଫ ଯବାନ ଓ ଅଧିକାରୀମାନେ ଶୁଭେଚ୍ଛା ଜଣାଇଥିଲେ ।

Omkar Vasthu
Omkar Vasthu


ପରେ ଡିଆଇଜପି ବିଜୟ କୁମାରଙ୍କ ସମେତ ୪ର୍ଥ ବାଟାଲିଅନ୍ ସିଆରପିଏଫ ଭାରପ୍ରାପ୍ତ କମାଣ୍ଡଡେଂଟ ସୁଶୀଲ କୁମାର ଠାକୁର, ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ପ୍ରଦୀପ୍ତ କୁମାର ସାହୁ, ଆସିସଷ୍ଟାଂଟ କମାଣ୍ଡଡେଂଟ ସୁମନ ମିଶ୍ର ଏବଂ ଅନ୍ୟ ପଦାଧିକାରୀମାନେ ସହର ସ୍ଥିତ ସ୍ଥାନୀୟ ସେବା ସମାଜ ଓ ଶକ୍ତି ବୃଦ୍ଧାଶ୍ରମକୁ ଯାଇ ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଫଳ ଓ ମାଗଣା ଔଷଧ ବଂଟନ କରି ସେମାନଙ୍କ ସହ ମିଳିମିଶି ଗଣତନ୍ତ୍ର ଦିବସକୁ ପାଳନ କରିଥିବା ନେଇ ସିଆରପିଏଫ ଲୋକ ସଂପର୍କ ଅଧିକାରୀ ମେଜର ସରୋଜ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.