ବାମସେଫ୍ ତରଫରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ରାୟଗଡ଼, (ଶିବ ନାରାୟଣ ଗୈାଡ): ସାହେବ କାଂଶୀରାମ ଜି ବାମସେଫ ରାୟଗଡ ଜିଲ୍ଳା ୟୁନିଟ୍ ଦ୍ୱାରା ରାୟଗଡ ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବାମସେଫ୍ ରାୟଗଡ ଜିଲ୍ଳା ୟୁନିଟର ବରିଷ୍ଠ ଉପଦେଷ୍ଠା ଜଳନ୍ଧର ପୁଶିକା, ଜିଲ୍ଳା ମୁଖ୍ୟ ସଂଯୋଜକ ମୁକୁନ୍ଦ ମହାନନ୍ଦିଆ,ଲିଗାଲ ଆଡଭାଇଜର ଭାଗିରଥି ହଲବାଙ୍କ ନେତୃତ୍ୱରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ରାୟଗଡ ସହରର ବସଷ୍ଟାଣ୍ଡ ଛକ ଓ ଆମ୍ବେଦକର ନଗର ନିକଟରେ ଥିବା ସମ୍ବିଧାନ ପ୍ରଣିୟତା ବାବାସାହେବ ଡଃ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତି ଓ ନୂଆସାହି ନିକଟସ୍ଥ ଶହୀନ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାମସେଫର ଅନ୍ୟ କର୍ମକର୍ତା ଜନାର୍ଦ୍ଦନ ଗରଡା, ସୁବାଷ ବିଡିକା, ଧନଂଜୟ ସେମିଲି, ବି.କାନ୍ତାରାଓ, ବଳଦେବ ନାୟକ, ଲାଲବାହାଦୁର ଦୁରିଆ, ସୁରତ ବାତ୍ର୍ରିଆ, ସମାଜସେବୀ କୈଳାଶ ନାଚିକା ସହ ଅନ୍ୟାନ୍ୟ ଅତିଥି ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.