ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଜିଲ୍ଳା କାର୍ଯ୍ୟାଳୟ ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜକିଶୋର ପଣ୍ଡା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଆପ ଦଳର କର୍ମୀମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆପ୍ ଦଳର ରାଜ୍ୟ ସଂପାଦକ, ମୁଖପାତ୍ର, ଓଡିଶା ତଥା ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ସମେତ ବିଶିଷ୍ଠ ଆଇନଜୀବି ଲାବଣ୍ୟମୋହନ ପଟ୍ଟନାୟକ, ଶ୍ରମିକ ନେତା ଅରୁଣ ଲେଙ୍କା, ଆପ ଦଳର ମହିଳା ସଂଗଠକ ସୁଚିତ୍ରା ପାଇକଙ୍କ ସହ ଅନ୍ୟ ମହିଳ ଏବଂ ସମାଜସେବୀ ଓ ପାର୍ଟି କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ ।