ଜନ ଜାଗରଣ ମଂଚ ରାୟଗଡ ଜିଲ୍ଳା ଲୋକ ସଂଗଠନ ତରଫରୁ ଜିଲ୍ଳା କମିଟି ଗଠିତ

ରାୟଗଡ, (ଶିବ ନାରାୟଣ ଗୈାଡ): ଜନ ଜାଗରଣ ମଂଚ ଲୋକ ସଂଗଠନ ରାୟଗଡ ଜିଲ୍ଳାର ଆହ୍ୱାନ କ୍ରମେ ଜିଲ୍ଳାର କାଶିପୁର, କୋଲନରା, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଗୁଡାରୀ, ପଦ୍ମପୁର, ଗୁଣପୁର ଓ ରାମନାଗୁଡାର ବ୍ଳକ ମହିଳା ଓ ପୁରଷମାନେ ରାୟଗଡ ସହରସ୍ଥିତ ଅଶୋକ ନଗର ସ୍ଥିତ ମଂଚ କାର୍ଯ୍ୟାଳୟର ବୈଠକରେ ଉପସ୍ଥିତ ରହିଥିଲେ । ଜିଲ୍ଳା ଟିମ୍ ଲିଡର ଦିବାକର ଶବର ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିବା ବେଳେ ଆଂଚଳିକ ସଂଗଠକ ବିଭୁତିଭୂଷଣ ବିନ୍ଧାଣିଙ୍କ ପରାମର୍ଶ କ୍ରମେ ଉପସ୍ଥିତ ଲିଡର ମାନଙ୍କ ମଧ୍ୟରେ ଏକ ଜିଲ୍ଳାସ୍ତରୀୟ କମିଟି ଗଠନ କରାଯାଇଥିଲା ।

Omkar Vasthu
Omkar Vasthu


ଜିଲ୍ଳାସ୍ତରରେ ୨୫ଜଣ ସଭ୍ୟସଭ୍ୟାମାନଙ୍କୁ ନେଇ କମିଟି ଗଠନ କରାଗଲା । କାର୍ଯ୍ୟକାରିଣୀ ବୈଠକରେ ୨୫ଜଣଙ୍କ ମଧ୍ୟରୁ ସଭାପତି ଭାବେ ଗୁଡାରୀ ବ୍ଳକର ଶିିରିଗୁଡା ଗ୍ରାମ ପଂଚାୟତରୁ ବିଭିଷଣ ଶବର, ସଂପାଦିକା ପଦବୀରେ ବିଷମକଟକ ବ୍ଳକର ଶ୍ରୀମତି ଯାସିଆଣି ସାରକା, କୋଷାଧ୍ୟକ୍ଷ ଭାବେ ଗୁଣପୁର ବ୍ଳକର ଶ୍ରୀମତି ବୈଜୟନ୍ତି ଶବର, ଉପସଭାପତି ଭାବେ କଲ୍ୟାଣସିଂହପୁର ବ୍ଳକର ଗମା ହୁଇକା ଏବଂ ସହ ସଂପାଦକ ଭାବେ କାଶିପୁର ବ୍ଳକର ପୁତି ଝୋଡିଆ ପ୍ରମୁଖ ୫ଜଣ ମନୋନୀତ ହୋଇଥିଲେ । ଏହି ଅବସରରେ ଶ୍ରୀ ବିନ୍ଧାଣୀ କମିଟି ଗଠନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଧାରଣା ଦେଇଥିଲେ । ଗଠିତ କମିଟିର ପଦାଧିକାରୀ ଓ ସଭ୍ୟସଭ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବିକାଶମୂଳକ କାର୍ଯ୍ୟପନ୍ଥାକୁ ନଜରରେ ରଖି ଜିଲ୍ଳାର ପ୍ରତି ବ୍ଳକରେ ସରକାରୀ ଯୋଜନାଗୁଡିକ ପଂହଚିପାରିବ ଏବଂ ଗାଁର ପ୍ରତି ପରିବାର ଯେପରି ସରକାରଙ୍କ ପ୍ରତିଟି ସୁବିଧା ପାଇବା ସହ ଗାଁ ଗୁଡିକର ଏବଂ ଆଂଚଳିକ ସ୍ତରର ସାଧାରଣ ସମସ୍ୟା ଗୁଡିକ ଗାଁ ପଲ୍ଳୀ ସଭାର ଯୋଜନା ପ୍ରକାରେ ସ୍ଥାୟୀ ପ୍ରତିକାର କରାଯାଇ ପାରିବ ସେଥିପ୍ରତି ଗୁରତ୍ୱ ଦେଇ ଗଠିତ କମିଟି ଲୋକ ସଂପର୍କ ଜନ ପ୍ରତିନିଧି ଏବଂ ସରକାରୀ ବିଭାଗୀୟ ଅଧିକାରୀଙ୍କ ସହ ସୁସଂପର୍କ ରଖି କାର୍ଯ୍ୟ ହାସଲ କରିବା ମୂଳ ଲକ୍ଷ୍ୟ ବୋଲି କୁହାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଏହି କମିଟି ବୈଠକରେ ଜିଲ୍ଳାସ୍ତରର ପ୍ରତି ଆଲୋଚନାକୁ ପ୍ରସାରଣ କରାଇବାକୁ କାଶିପୁର ବ୍ଳକର ସୁରଥ ଗୋପାଳ, ସୀମାଂଚଳ ନାୟକ ଓ ଜିଲ୍ଳା ଟିମ୍ ଲିଡର ଦିବାକର ଶବରଙ୍କୁ ଦାୟିତ୍ୱ ଦିଆଗଲା । ଶେଷରେ କୋଲନରା ବ୍ଳକର ଜାଲୁଡୁ କଣ୍ଡାଗରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.