ଓଡିଶା ଜୀବିକା ମିଶନ ପକ୍ଷରୁ ପୃଷ୍ଟି ମହୋତ୍ସବ ପାଳିତ

ମୋହନା, (ଏସ୍ ତ୍ରିପାଠୀ): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ଜୀବିକା ମିଶନ ପକ୍ଷରୁ ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସାଧନ କର୍ମି ପ୍ରେମଲତା ରଇତ ସହଯୋଗ କରିଥିବାବେଳେ ଓଡିଶା ଜୀବିକା ମିଶନ ପଞ୍ଚାୟତ ଫେଡେରେସନ ସଦସ୍ୟର ସଭାପତି ସମ୍ପାଦକ ଯୋଗ ଦେଇଥିଲେ। ନିଜ ଘର ପାଖରେ କରିଥିବା ଛୋଟ ଛୋଟ ବଗିଚାମାନଙ୍କରେ ପୃଷ୍ଟିକର ଜାତୀୟ ବିଭିନ୍ନ ପନିପରିବା ଓ ସମସ୍ତ ଶସ୍ୟ ଜାତୀୟ ଖାଦ୍ୟକୁ ଏହି ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଯାହାକି ଏହି ଉତ୍ସବରେ ପନିପରିବା ଏବଂ ଶସ୍ୟକୁ ପ୍ରଦର୍ଶିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯେପରି ଉକ୍ତ ପ୍ରଦର୍ଶିତ ହୋଇଥିବା ପରିବା ଖୁବ କମ ପରିଶ୍ରମ ଏବଂ ସରକାରୀ ଅନୁଦାନ ଦ୍ୱାରା ବିନା ଅର୍ଥର ଖର୍ଚ୍ଚରେ ଖୁବ କମ ସମୟରେ ପରିବା ଚାଷ ହୋଇପାରିବ।

Udyog Nursery
Udyogi Nursery


ଏହି କାର୍ଯ୍ୟକ୍ରମ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ଯାଏଁ ଚାଲିବ। ଉକ୍ତ ୪ଦିନ ଆର.ଉଦୟଗିରି ପଞ୍ଚାୟତ, ଶବରପଲ୍ଲୀ, ଅବାରସିଂ ଓ ଛେଳିଗଡ଼ ପଞ୍ଚାୟତ ଗୋଟିଏ ଦିନ ଲେଖାଏଁ ଏହି ପୃଷ୍ଟି ମହୋତ୍ସବ ପାଳନ କରିବେ ବୋଲି ଓଡିଶା ଜୀବିକା ମିଶନ ବିଭାଗର ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.