ମୁଣ୍ଡଗାଁ ଠାରେ ଓଡିଶା ପୁଷ୍ଟି ମହୋତ୍ସବ

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ଏହି ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତ ସ୍ଥିତ ମୁଣ୍ଡଗାଁ ଠାରେ ମିଶନ ଶକ୍ତି ଦ୍ୱାରା ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ଲାଞ୍ଜିଗଡ ବ୍ଲକ ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର, ପୂର୍ବତନ ସମିତି ସଭ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ, ଆମ୍ବେଦକର କ୍ଲବର ସଭାପତି ବିଭୁତି ଭୂଷଣ ହରିଜନ, ୱାର୍ଡ ମେମ୍ବର କଳାମଣି ଭୋଇ, ଓଟିଭି ପ୍ରତିନିଧି ରାଜକୁମାର ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ।


ଏଥିରେ ୨୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଅଞ୍ଚଳରେ ଉପଲବ୍ଧ ଓ ଖାଉ ଥିବା ଖାଦ୍ୟ, ପନିପରିବା, ଫଳ, ଅଣ୍ଡା, ମାଛ, କୁକୁଡ଼ା, ହଂସ, ଛେଳି, ବିଭିନ୍ନ ଶାଗ, ଡାଲି ଇତ୍ୟାଦି ପ୍ରଦର୍ଶନ କରି ଉପସ୍ଥାପନା କରିଥିଲେ। ଏମ୍ ବି କେ ଭାରତୀ ବୁଦ୍ଧିଆ ସି ଆର୍ ପି ମମତା ବେନୁଆ, ତପସ୍ୱିନୀ ପୂଝାରୀ, ବାସନ୍ତୀ ମହାନନ୍ଦ, ଦେବକୀ ବାଗ, ନୟନୀ ସୁନା ଓ କୁନ୍ତି ସୁନା ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।


ନଗଡା ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ର ଉଦାହରଣ ଦେଇ ପରବର୍ତ୍ତୀ ସମୟରେ ଯେପରି କୌଣସି ଶିଶୁ ଅପପୁଷ୍ଟି ଜନିତ ରୋଗରେ ପୀଡିତ ନ ହୁଅନ୍ତୁ ସେଥିପ୍ରତି ଲୋକଙ୍କୁ ପୁଷ୍ଟି ଜନିତ ସଚେତନ ପାଇଁ ଏପରି ସଚେତନ କାର୍ଯ୍ୟକ୍ରମର ଆବଶ୍ୟକ ଅଛି ବୋଲି ବିଭୁତି ଭୂଷଣ ହରିଜନ ମତ ପ୍ରକାଶ କରିଥିଲେ। ଆମେ କେବଳ ଖାଦ୍ୟ ପନିପରିବା, ଫଳର ପ୍ରଦର୍ଶନ କଲେ ହେବ ନାହିଁ ଏହି ପ୍ରଦର୍ଶନୀର ଉଦେଶ୍ୟକୁ ହୃଦୟଙ୍ଗମ କରି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଓ ମହତ୍ୱକୁ ବୁଝିବାକୁ ହେବ ବୋଲି ଶ୍ରୀଯୁକ୍ତ ଜଗଦୀଶ ବେନିଆଁ ପ୍ରକାଶ କରିଥିଲେ। ମୁଣ୍ଡଗାଁ ଆମ୍ବେଦକର କ୍ଲବ ସଭାପତି ବିଭୁତି ଭୂଷଣ ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ ସି ଆର୍ ପି ଶର୍ମିଷ୍ଠା ବୁଦ୍ଧିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.