ଆଲୁମିନି କଳାକ୍ଷେତ୍ର ପକ୍ଷରୁ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ

ସ୍ୱର୍ଗତ ଶିଳ୍ପୀ ମନିଷା ଦାସଙ୍କ ପ୍ରତି ଉତ୍ସର୍ଗୀକୃତ ହୋଇଛି ପ୍ରଦର୍ଶନୀ

ବାଲେଶ୍ବର: ଆଲୁମିନି କଳାକ୍ଷେତ୍ର ବାଲେଶ୍ବରର ସଭ୍ୟ ମାନଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ଚିତ୍ରକଳା, ଭାସ୍କର୍ଯ୍ୟ, ମୁଦ୍ରଣ କଳା ପ୍ରଦର୍ଶନୀ ଜାନୁୟାରୀ ୨୬ରୁ ଆରମ୍ଭ ହୋଇଯାଇଛି। ଏ ସମ୍ବନ୍ଧରେ ଚ୍ୟାରମେନ ନିକୁଞ୍ଜ ବିହାରୀ ଦାସ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ଉକ୍ତ ଚିତ୍ରକଳା ପ୍ରଦର୍ଶନୀଟି ସ୍ୱର୍ଗତ ଶିଳ୍ପୀ ମନିଷା ଦାସଙ୍କୁ ଉତ୍ସର୍ଗ କରାଯାଇ ଅଛି। ପ୍ରଦର୍ଶନୀର ଶିର୍ଷକ ‘କଳା ଓ କଳାକାର’ ନାମରେ ପ୍ରଦର୍ଶୀତ କଳା ଗୁଡ଼ିକ ଅନଲାଇନ୍ ଫେସବୁକ୍, ୱାର୍ଡସଆପ, ଇନଷ୍ଟାଗ୍ରାମ ମାଧ୍ୟମରେ ଦେଶ ଓ ବିଦେଶରେ ପ୍ରଚାର ଓ ପ୍ରସାର କରାଯାଉ ଅଛି। ପ୍ରଦର୍ଶନୀରେ ମୋଟ ୧୧୦ ଜଣ ଚିତ୍ର ଶିଳ୍ପୀଙ୍କ ୪୯୦ଟି କଳା କୃତି ସ୍ଥାନ ପାଇବ। ପ୍ରତି ଦିନ ପାଞ୍ଚ ଜଣଙ୍କର କଳାକୃତ୍ତିକୁ ପ୍ରଦର୍ଶୀତ କରାଯାଉଛି।

Omkar Vasthu
Omkar Vasthu

ଶିଳ୍ପୀମାନେ କରୋନା ମହାମାରୀ ସମୟରେ ନିଜର ନିଜସ୍ତତାକୁ କଳା ମାଧ୍ୟମରେ ସୃଷ୍ଟି କରି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଓ ଛାତ୍ରୀର ଗୌରବ ବଜାଇ ପାରିଛନ୍ତି। ପ୍ରତ୍ୟେକ ଶିଳ୍ପୀଙ୍କ କଳାଗୁଡ଼ିକ ସ୍ୱତନ୍ତ ପରିଚୟ ସୃଷ୍ଟି କରି ବିଶ୍ୱଦରବାରରେ ଦଣ୍ଡାୟ ମାନ ହୋଇ ପାରିଛି। ଆଲୁମିନି କଳାକ୍ଷେତ୍ରର ସଭ୍ୟ ମାନଙ୍କର ଏହିଭଳି ପ୍ରୟାସ ଭାରତର କଳାଜଗତରେ ଅଭୁଲା ସ୍ମୁତି ଭାବରେ ସ୍ତିତି ବଜାଇ ରଖିବ ବୋଲି ଶ୍ରୀଯୁକ୍ତ ଦାସ ଆଶା ବ୍ୟକ୍ତ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏହାସହ ସେ କହିଛନ୍ତି ଯେ, ସ୍ୱର୍ଗତ ଶିଳ୍ପୀ ମନିଷା ଦାସଙ୍କର ଚିତ୍ରକଳା ଗୁଡ଼ିକ ମଧ୍ୟ ପ୍ରତିଦିନ ପ୍ରଦର୍ଶନୀରେ ପ୍ରଦର୍ଶୀତ ହେଉଅଛି । ନିଆରା କାର୍ଯ୍ୟ ପାଇଁ ଆଲୁମିନି କାର୍ଯ୍ୟକାରୀ ସଭ୍ୟ ଓ ସଭ୍ୟା ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା, ନମ୍ରତା ପଣି, ଅର୍ଚ୍ଚନା ଜେନା, ପବିତ୍ର ଦତ୍ତ, କିଶୋର ନାୟକ, ସୁମିଲ ଟୁଡ଼ୁଙ୍କ ଯୋଗୁଁ ସମ୍ଭବ ହୋଇଛି। ତେଣୁ ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଏବଂ ୧୧୦ ଜଣ ଶିଳ୍ପୀ ଏହିଭଳି ଭାବରେ ନିଜର କଳାକୁ ପ୍ରଦର୍ଶନୀରେ ସ୍ଥାନିତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.