ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଲାଞ୍ଜିଗଡ,(ଦୁଃଖିଶ୍ୟାମ ନାଗ): ହରେକୃଷ୍ଣପୁର କ୍ଲଷ୍ଟର ଭାଟଗୁଡା ସ୍କୁଲର ପ୍ରଧାନ ଶିକ୍ଷକ ମନଧର ମେହେର ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷିରେ ହରେକୃଷ୍ଣପୁର ଓ ଲାଞ୍ଜିଗଡ କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶ୍ରୀଯୁକ୍ତ ମନଧର ମେହେର ୧୯୮୪ ମସିହାରେ ଜୟପାଟଣା ବ୍ଲକ ସବିଗୁଡା ସ୍କୁଲରୁ ନିଜ ଶିକ୍ଷକତା ଆରମ୍ଭ କରିଥିଲେ । ସେ ଅନେକ ସ୍କୁଲକୁ ଯାଇ ଛାତ୍ରଛାତ୍ରୀକୁ ଶିକ୍ଷାଦାନ କରିଥିବାବେଳେ ସେ ଜଣେ ଉତ୍ତମ ଶିକ୍ଷକ, ମିଷ୍ଟଭାଷୀ, ମେଳାପି, ପରୋଉପକାରୀ ବ୍ୟକ୍ତି ଭାବେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି ।

Udyog Nursery
Udyogi Nursery

ଲାଞ୍ଜିଗଡ ବ୍ଲକରେ ୧୫ରୁ ଉର୍ଦ୍ଧବର୍ଷ ଧରି ଶିକ୍ଷକତା କରିଥିବାବେଳେ ତାଙ୍କର ଉତ୍ତମ ବ୍ୟବହାର ଓ ସମାଜ ସେବା ସମସ୍ତଙ୍କ ମନକୁ କିଣିନେଇଚି । ସେଭଳି ଜଣେ ଶିକ୍ଷକଙ୍କୁ ବିଦାୟ ଦେବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଥିଲା ।

ସମ୍ବର୍ଦ୍ଧନା ସଭାପରେ ଶ୍ରୀ ମେହେର ଭାଟଗୁଡା ଗାଁର ଘରକୁ ଘର ଯାଇ ବିଦାୟ ମାଗିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଏବିଇଓ ଗୋପବନ୍ଧୁ ପୃଷ୍ଟି, ଅବସର ପ୍ରାପ୍ତ ଶିକ୍ଷକ ଉଦୟ କୁମାର, ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସୁନା, ଲାଞ୍ଜିଗଡ କ୍ଲଷ୍ଟର ସଂଯୋଜକ ଏମ୍ .ସୁନ୍ଦର ଶେଖର, ହରେକୃଷ୍ଣପୁର ସଂଯୋଜକ ରାଧାମାଧବ ରଥ, ଜଗତ ହରିଜନ, ଉଜ୍ୱଳ ନାଏକ, ମନୋଜ ମହାଖୁଡ, ଦୁର୍ଗାମାଧବ ମହାଖୁଡ, ଶିକ୍ଷୟତ୍ରୀ ହେମାମାଳିନୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.