ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଛି ପୋଲିସ
ନୂଆପଡା: ସଦର ନୂଆପଡା ପୋଲିସ ସହରରର ବିଭିନ୍ନ ସ୍ଥାନ ମାନଙ୍କରେ ପିକ୍-ଅପ୍ ଭ୍ୟାନକୁ ଚଢ଼ାଉ କରି ୨୩୦୦୦ ଟଙ୍କା ଫାଇନ ଆଦାୟ କରିଛି। ଏହି ପିକ୍-ଅପ୍ ଭ୍ୟାନ ଗୁଡିକ ସାମାନ ବୋଝଇ ଯାତ୍ରା କରିବାର ନିୟମ ଥିବା ବେଳେ ଏମାନେ ଲୋକଙ୍କୁ ବସାଇ ଯାତ୍ରା କରୁଛନ୍ତ, ଯାହା ଫଳରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବାର ଅନେକ ସମ୍ଭାବନା ରହୁଛି। କେତେକ ସ୍ଥାନରେ ଏଭଳି ପିକ୍-ଅପ୍ ଓଲଟି ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ପ୍ରକାଶ ଯେ, ଗତ ୧୫ ତାରିଖ ଦିନ ବାହାଘରରେ ଝିଅକୁ ଛାଡିବା ପାଇଁ କୋମନା ବ୍ଲକ ବିଲେଇଅଞ୍ଜଳର ୩୦ରୁ ଉର୍ଦ୍ଧ ଲୋକ ଏକ ପିକ୍-ଅପ୍ ଭ୍ୟାନରେ ଠିଆ ହୋଇ ତରବୋଡ଼କୁ ଯାଉଥିଲେ।
ଏହି ସମୟରେ ପିକ୍-ଅପ୍ ଗାଡ଼ିଟି କ୍ରିଷ୍ଣା ଛକ ନିକଟରେ ଓଲଟି ଯିଵା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇ ଥିଲା ଓ ୨୩ ଜଣ ବର୍ତମାନ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଏଭଳି ଦୁର୍ଘଟଣାକୁ ରୋକିବାକୁ ଯାଇ ନୂଆପଡା ପୋଲିସ ପିକ ଅପ ଭ୍ୟାନ ଯେଉଁଥିରେ ଲୋକ ଠିଆ ହୋଇ ଯାତ୍ରା କରୁଛନ୍ତି ସେମାନଙ୍କ ଠୁ ଫାଇନ ଆଦାୟ କରୁଛି ଓ ଲୋକଙ୍କୁ ବୁଝାଇ ଅନ୍ୟ ଗାଡ଼ିରେ ଯିବାର ପରାମର୍ଶ ଦେଉଛି। ନୂଆପଡା ଏସ.ପି. ରାହୁଲ ଜୈନଙ୍କ ନିର୍ଦେଶରେ ଏସ.ଡି.ପି.ଓ. ପ୍ରଶାନ୍ତ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସଦର ଆଇ.ଆଇ.ସି ସଂଯୁକ୍ତା ବାର୍ଲା ଗଠନ କରିଥିଲେ। ଏଭଳି ପ୍ରୟାଶ ପାଇଁ ନୂଆପଡା ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in