ବୋଲେରୋ-ବାଇକ ଧକ୍କା, ୩ ଗୁରୁତର

ମୋହନା, (ଏସ୍. ତ୍ରିପାଠୀ): ଅଡବା ଥାନା ଅନ୍ତର୍ଗତ ରାଜନଗଡ଼ ଗ୍ରାମର ବେଞ୍ଜାମି ରଇତ, ପାଟିପଙ୍କା ଗ୍ରାମର କାନ୍ଦୁରଇତ ଓ ଦିନେଶ ରଇତ ଏକ ବାଇକ (ଓଡ଼ି୨୦ ବି୦୩୬୬) ଯୋଗେ ନିଜ ଗ୍ରାମରୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଦୁକୁ ଜ୍ଵର ହୋଇଥିବା ଯୋଗୁଁ ଚିକିତ୍ସା ନିମନ୍ତେ ଯାଇଥିଲେ । ସେଠାରୁ ଚିକିତ୍ସିତ ହୋଇ ତିନିଜଣ ଗ୍ରାମକୁ ଫେରିବା ବେଳେ ବିରିକୋଟ ନିକଟ ଆଶ୍ରୟପୁର ଛକ ନିକଟରେ ଅପର ପାର୍ଶ୍ଵ ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡ଼ି (ୟୂକେ ୦୮ ଟିସି ୧୭୪୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକରେ ଯାଉଥିବା ତିନିଜଣ ଆରୋହୀ ରାସ୍ତା କଡ଼କୁ ଛିଟିକି ପଡିଥିଲେ । ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମୋହନା ଅଗ୍ନିଶମ ବାହିନୀ ଓ ୧୦୮କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଅଧିକାରୀ ତାରାକାନ୍ତ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ତିନି ଜଣଙ୍କ ମଧ୍ୟରୁ ବେଞ୍ଜାମି ରଇତ ଓ ଦିନେସ ରଇତର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକଲ ପଠାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.