ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଧ୍ୟୟନ ନିର୍ଘଣ୍ଟ ପରିବର୍ତ୍ତନ ପାଇଁ AISF ର ଦାବୀ

ଭୁବନେଶ୍ୱର: ଅଖିଳ ଭାରତ ଛାତ୍ରସଂଘ ଓଡିଶା ରାଜ୍ୟ ପରିଷଦ (ଏ.ଆଇ.ଏସ.ଏଫ.) ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଧ୍ୟୟନ ନିର୍ଘଣ୍ଟ ପରିବର୍ତ୍ତନ ପାଇଁ ଦାବି କରିଛି। ପରିବର୍ତ୍ତିତ କରୋନା ନିୟନ୍ତ୍ରଣ ନାମରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଧ୍ୟୟନ ପାଇଁ ସରକାର ନୂତନ ସମୟ ଧାର୍ଯ୍ୟ କରିଛନ୍ତି, ତାହା ଅଦୂରଦର୍ଶୀ ଏବଂ ଅଂଶୁଘାତର ଆଶଙ୍କା ସୃଷ୍ଟି କରିଛି ବୋଲି ଏଆଇଏସଏଫ ଅଭିଯୋଗ ଆଣିଛି। ଫେବୃଆରୀ ମାସରୁ ହିଁ ଯେଉଁଭଳି ଭାବରେ ତାପମାତ୍ରା ଉଦବେଗଜନକ ଭାବେ ବୃଦ୍ଧି ପାଇଲାଣି ତାହାକୁ ଦୃଷ୍ଟିରେ ରଖି ଓଏସଡିଏମଏ ପକ୍ଷରୁ ସମସ୍ତ ଜିଲ୍ଲା ଓ ବିଭିନ୍ନ ବିଭାଗକୁ ସତର୍କ କରାଯାଉଥିବା ବେଳେ ରାଜ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ଏଭଳି ଅଦୂରଦର୍ଶୀ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଦାବୀ କରାଯାଇଛି। ପୂର୍ବ ନିୟମରେ ଗେଟ୍ ଓ ସାଇକେଲ୍ ଷ୍ଟାଣ୍ଡ୍ ନିକଟରେ ଶାରିରୀକ ଦୂରତା ବଜାୟ ରଖିବା ପାଇଁ ନବମ ଶ୍ରେଣୀ ପିଲାଙ୍କ ସଂପୂର୍ଣ୍ଣ ପ୍ରସ୍ଥାନ ପରେ ଦଶମ ଶ୍ରେଣୀ ପିଲାଙ୍କ ପ୍ରବେଶ ପାଇଁ ଯଥେଷ୍ଟ ସମୟ ବ୍ୟବଧାନ ରହିଥିଲା। ମାତ୍ର ନୂତନ ନିୟମରେ ଏହାର ବିଚ୍ୟୁତି ଘଟିଛି। ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରଧାନ୍ୟ ଦେଇ ସରକାର ନିଷ୍ପତ୍ତି ବଦଳାନ୍ତୁ ବୋଲି ଅଖିଳ ଭାରତ ଛାତ୍ରସଂଘ
ଓଡିଶା ରାଜ୍ୟ ପରିଷଦ ସଭାପତି ସଙ୍ଘମିତ୍ରା ଜେନା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.