ଗ୍ରୀନ ରାୟଗଡ ଆନୁକୂଲ୍ୟରେ ସାଇକେଲ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼, (ଶିବ ନାରାୟଣ ଗୈାଡ) : ଶାରୀରିକ ସୁସ୍ଥତା ସହ ପରିବେଶର ସୁରକ୍ଷା ଏବଂ ତୈଳସମ୍ପଦର ସଞ୍ଚୟ ପାଇଁ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନ ପାଇଁ ସାଇକେଲ ବ୍ୟବହାର କରିବା ସମ୍ପର୍କୀତ ଏକ ବାର୍ତ୍ତା ନେଇ ସହରରେ ଏକ ସଚେତନତା ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଗଜପତି ଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଇନ୍ଦିରା ନଗର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ସେଂଚୁରିଆନ ପବ୍ଲିକ ସ୍କୁଲ ଠାରେ ଏହା ସମାପ୍ତ ହୋଇଥିଲା।  

Omkar Vasthu
Omkar Vasthu


ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିବା ସଂସ୍ଥା ଗ୍ରୀନ ରାୟଗଡା ଆନୁକୂଲ୍ୟରେ ଆୟୋଜିତ ଏହି ରାଲିକୁ ମୂଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏବଂ ସମ୍ମାନୀୟ ଅତିଥି ଭାବେ ରାୟଗଡ଼ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାଇକେଲ ଚଳାଇବା ଭଳି ଏକ ସହଜ ଓ ସୁନ୍ଦର ବ୍ୟାୟାମକୁ ନିଜ ଜୀବନର ଏକ ଅଂଶ ବିଶେଷ କରିପାରିଲେ ଶରୀର ସୁସ୍ଥ ରହିବା ସହ ପରିବେଶର ସୁରକ୍ଷା ହୋଇପାରିବ ବୋଲି ଶ୍ରୀ ଶର୍ମା ନିଜ ସନ୍ଦେଶରେ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna


ରାଲିକୁ ଉଦ୍ଘାଟନ କରିବା ଅବସରରେ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ କହିଥିଲେ ଯେ ସାଇକଲ ଆମ ପାଇଁ ଏକ ଉପାଦେୟ ବନ୍ଧୁ । ସାଇକେଲ ଚଳାଇବା ଏକ ବ୍ୟାୟାମ ହୋଇଥିଲେ ମଧ୍ୟ ପରୋକ୍ଷରେ ଏହା ପ୍ରଦୂଷଣକୁ କମ କରିବା ସହ ତୈଳ ସଞ୍ଚୟର ଏକ ମାଧ୍ୟମ । ଏହାଦ୍ୱାରା ନିରନ୍ତର କ୍ଷୟ ହୋଇ ଚାଲିଥିବା ପ୍ରାକୃତିକ ତୈଳ ଭଣ୍ଡାରର ଏକ ସନ୍ତୁଳିତ ଉପଯୋଗ ହେବା ସହ ଆର୍ଥିକ ସଞ୍ଚୟ ମଧ୍ୟ ହୋଇପାରିବ ।

Udyog Nursery
Udyogi Nursery


ଏହି ସାଇକେଲ ରାଲିକୁ ଗ୍ରୀନ ରାୟଗଡ଼ର ଆବାହକ ଶ୍ରୀ କେ.କେ. ଜେନା ଏବଂ ଯୋଗେଶ୍ୱର ଦାସ ପରିଚାଳନା କରିଥିବା ବେଳେ ସେଂଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ରାଜେଶ ପାଢ଼ୀ, ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା, ଜି.ସି.ଡି ଏବଂ ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ, ସେଂଚୁରିଆନ କଲେଜର ଛାତ୍ରଛାତ୍ରୀ, ଜେକେ ପୁର ଏଲପିଏସ ସ୍କୁଲ ର ଛାତ୍ର ଛାତ୍ରୀ, ସ୍ଵାମି ବିବେକାନନ୍ଦ ସେବା ସମିତିର ସଭ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ସହରର ବୁଦ୍ଧିଯିବ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.