ରାମନାଗୁଡା ବ୍ଲକ ବିଜେଡ଼ି ପକ୍ଷରୁ ଡିଜିଟାଲ ଡ୍ରାଇଭ୍ କର୍ମଶାଳା

ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଯୁବ ବିଜେଡି ପକ୍ଷରୁ ଡିଜିଟାଲ ଡ୍ରାଇଭ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସଂପାଦକ ଗଗନ ବିହାରୀ ଆଚାର୍ଯ୍ୟ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା, ଜିଲ୍ଲା ଯୁବ ସାଧାରଣ ସଂପାଦକ କମଳଲୋଚନ ମୁଟିକା, ଜିଲ୍ଲା ଯୁବ ସଂପାଦକ ସଞ୍ଜୟ ପ୍ରଧାନ, ଜିଲ୍ଲା ଯୁବ ସୋସିଆଲ ମିଡ଼ିଆ ସଂଯୋଜକ ଅଭିଜିତ ପଟ୍ଟନାୟକ, ରାମନାଗୁଡା ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ରାମନାଗୁଡା ଯୁବ ବ୍ଲକ ସଭାପତି ରମେଶ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu


ଏହି ଡିଜିଟାଲ ଡ୍ରାଇଭ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନହିତକର ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବିଷଦ ତଥ୍ୟ ଘରେ ଘରେ ପହଞ୍ଚାଇବା ଲକ୍ଷ ରହିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏଥିରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବକମାନଙ୍କର ପଞ୍ଜିକରଣ କରାଯାଇଥିବା ବେଳେ ଯେକୌଣସି ବ୍ୟକ୍ତି ଏହାର ସଦସ୍ୟ ହୋଇପାରିବେ।

Pearl dental clinic
Near Ashish Medical Store, Bhawanipatna


ଏନେଇ ଡିଜିଟାଲ ଡ୍ରାଇଭ ମାଧ୍ୟମରେ ଯୁବ ଓ ଛାତ୍ରମାନଙ୍କୁ ଏକତ୍ରିତ ତଥା ସଂଗଠିତ କରାଯିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.