୬୪ ବାଟାଲିଅନ ସିଆରପିଏଫ ଓ ସ୍ୱାଗତ ଆଇଟିସିର ମିଳିତ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

କଳାହାଣ୍ଡି, (କ୍ଷମାନିଧି ମହାକୁଡ): କଳାହାଣ୍ଡି ଜିଲ୍ଲା ୬୪ ବାଟାଲିଅନ ସିଆରପିଏଫ ଓ ସ୍ୱାଗତ ଆଇଟିସିର ମିଳିତ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭବାନୀପାଟଣା ସ୍ଥିତ ସ୍ୱାଗତ ଆଇଟିସି ପରିସରରେ ଉଦଘାଟିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାଓ ଅଧ୍ୟୁଷିତ ଅଂଚଳର ଲୋକଙ୍କ ସହ ସୁସମ୍ପର୍କ ତଥା ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ପାଇଁ ଉଦ୍ଘାଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ୬୪ ବାଟାଲିଅନ କମାଣ୍ଡାଣ୍ଟ ବିପ୍ଳବ ସରକାର, ସମ୍ମାନିତ ଅତିଥିଭାବେ ଡ଼ଃ. ବି.କେ ବାସୁମଟାରି, ସମାଜସେବୀ ହର୍ଜିନ୍ଦର ସିଂ, ସୁବୋଧ ରଣା, ଆଇଟିସି ଚେୟାରମେନ ପ୍ରଦୀପ ଦାସ, ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ମେଦିନିପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ କେ. ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।

Udyog Nursery
Udyogi Nursery


ଉପ-କମାଣ୍ଡାଣ୍ଟ ସୂର୍ଯ୍ୟକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ତଥା ଯୁବ ଲେଖକ ଡିଲେଶ୍ୱର ରଣା। ଏଠାରେ ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଆଗାମୀ ୨୮ଦିନ ପର୍ଯ୍ୟନ୍ତ ଚାଲିବ। ଏଥିରେ ମେଦିନିପୁର ହାଇସ୍କୁଲ ତଥା ଦୁର୍ଗମ ଅଂଚଳର ୫୦ ଜଣ ଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ମାଗଣାରେ ଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ, କମ୍ପ୍ୟୁଟର ଶିକ୍ଷକ, ସିଆରପିଏଫ ଯବାନ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.