ଓକିଲ ସଂଘ ନିର୍ବାଚନ ଲଢିବା ପାଇଁ ପ୍ରଥମେ ନିଜ ପଦବିରୁ ଇସ୍ତଫା ଦେଲେ ସଂପାଦକ

ରାୟଗଡ, (ଶିବ ନାରାୟଣ ଗୈାଡ): ନିର୍ବାଚନ ଭୋଟ ଆଗରୁ ରାୟଗଡ ଓକିଲ ସଂଘର ସଂପାଦକ ମଙ୍ଗଳମୂର୍ତି ବେଉରିଆ ନିଜ ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି। ବାର କାଉନସିଲ, ଓଡିଶାଙ୍କ ନିୟମାନୁସାରେ କୈାଣସି ପ୍ରାର୍ଥୀ ଓକିଲ କମିଟିରେ ରହି ଓକିଲ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ। ତେଣୁ ସଂପାଦକ ଶ୍ରୀ ବେଉରିଆ ରାୟଗଡ ଓକିଲ ସଂଘ ସଭାପତି ବ୍ରଜସୁନ୍ଦର ନାୟକଙ୍କୁ ଶୁକ୍ରବାର ଓକିଲ ସମ୍ମିଳନୀ କକ୍ଷରେ ନିଜ ଇସ୍ତଫା ସହ ନଥିପତ୍ରଗୁଡିକ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସମୟରେ ଓକିଲ ସଚ୍ଚିଦାନନ୍ଦ ଖାଡଙ୍ଗା, ଅରୁଣ ପାଣିଗ୍ରାହୀ, ଜଗନ୍ନାଥ ଦୋରା, ରାଜେଶ କୁମାର ପାତ୍ର, ବିରଜା ପ୍ରସାଦ ପାତ୍ର, ସୁନୀଲ କୁମାର ନାୟକ, ମୋହନ ନାୟକ ଜୁନିଅର, ଲାବଣ୍ୟମୋହନ ପଟ୍ଟନାୟକଙ୍କ ସମେତ ଅନ୍ୟ ଓକିଲ ମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି, ଆସନ୍ତା ମାର୍ଚ୍ଚ ୨୭ତାରିଖରେ ରାୟଗଡ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ଓକିଲ ସଂଘର ସଭାପତି ପଦବୀ ପାଇଁ ଓକିଲ ଭିଏସ ରାଜୁ, ବିଭୁ ପ୍ରଧାନ, ଡି.କେ. ସ୍ୱାମୀ ଓ ୱାଇ. ମଧୁସୂଦନ ରାଓ ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ଉପସଭାପତି ପଦ ପାଇଁ ରବିପ୍ରସାଦ ମହାପାତ୍ର, ଉମାକାନ୍ତ ମିଶ୍ର ଓ ସଂପାଦକ ପାଇ ମଙ୍ଗଳମୂର୍ତି ବେଉରିଆ, ଜଗନ୍ନାଥ ଦୋରା ଏବଂ ସହ ସଂପାଦକ ନିମନ୍ତେ ଗୈାରୀ ପଟ୍ଟନାୟକ ଜୁନିଅର, ଶେଷଗିିରି ବାବୁ ମଇଦାନରେ ଓହ୍ଳାଇଛନ୍ତି । ସେହିପରି କୋଷାଧ୍ୟକ୍ଷ ପଦ ପାଇଁ ଓକିଲ ମାନଓ ରଂଜନ ରଥ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱନ୍ଦରେ ବିଜୟୀ ହୋଇଥିବା ବେଳେ ଆନୁଷ୍ଠାନିକ ଭାବେ ଓକିଲ ସଂଘ ନିର୍ବାଚନ ଅଧିକାରୀ ନବ କୁମାର କାଂଟା ଫଳାଫଳ ଘୋଷଣା କରିବେ ବୋଲି ଜଣାପଡିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.