ସୁଶୀଳା ନାୟକଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା

ଲାଞ୍ଜିଗଡ: ଲାଞ୍ଜିଗଡ ସହରର ବୟୋଜ୍ୟେଷ୍ଠ ନାଗରୀକ ସୁଶୀଳା ନାୟକ(୬୫)ଙ୍କ ନିଜ ବାସ ଭବନରେ ମୃତ୍ୟୁ ବରଣ କରିଛନ୍ତି। ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଯାଇଛି। ରବିବାର ତାଙ୍କ ଦେହ ଅସୁସ୍ଥ ଯୋଗୁଁ ତାଙ୍କୁ ଲାଞ୍ଜିଗଡ଼ ବେଦାନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନିଜ ବାସଭବନକୁ ଅଣାଯିବାର କିଛି ସମୟ ପରେ ତାଙ୍କର ପରଲୋକ ହୋଇଯାଇଥିଲା। ସ୍ବର୍ଗତ ସୁଶୀଳାଙ୍କୁ ତାଙ୍କ ପୁଅ ସନାତନ ନାୟକ ମୁଖାଗ୍ନି ଦେଇଥିଲେ। ତାଙ୍କ ଦେହାନ୍ତ ଯୋଗୁଁ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛିl ଲାଞ୍ଜିଗଡ ବଣିକ ସଂଘ ତଥା ଅଞ୍ଚଳବାସୀ ପରିବାରବର୍ଗଙ୍କୁ ସମବେଦନା ଜଣେଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.