ହେମନ୍ତ ସାହୁଙ୍କ କବିତା : ମୁଁ ହେମନ୍ତ ଦଳପତି କହୁଚି

ମୁଁ ହେମନ୍ତ ଦଳପତି କହୁଚି : ହେମନ୍ତ ସାହୁ

ଦଶ ଆଙ୍ଗୁଳି, ଦୁଇ ପାପୁଲିକୁ
ନିଅଂଟ ପଡ଼ିବ ମୋ ବେକ,
ତଂଟି ବିପିବାର ଅଛି ତ
ଆସ ମୁଁ ଦେଖେଇଦେଇଛି
ମୋ ଜୀବନ ନାଟିକାର ଅସଲ ରହସ୍ୟ ।।

ମହରାପଦରରୁ କଳିଙ୍ଗନଗର
ହରିଶଙ୍କରରୁ ନିୟମଗିରି 

ଘୁନାରୁ ଭବାନୀପାଟଣା
ସବୁଠି ମୋ ପାଦଚିହ୍ନ, ଦେହର ବାସ୍ନା
ଡ଼ଙ୍ଗର, ଝର୍ନା, ବାଘ, ଭାଲୁ ସମସ୍ତେ ମୋର ଖୁବ୍ ଚିହ୍ନା ।।

ସଲପ ର ନିଶାରେ ଶବ୍ଦମାନଙ୍କ ସହ ସହବାସ କରିଚି
ସାରାରାତି ଜହ୍ନ ଆଲୁଅରେ
କୂଅଁ ଭିତରର ଜହ୍ନକୁ ହାଣିଚି, କାଟିଚି
ଛାତିରେ ତୋଳି ଧରିଚି, ବୋକ ଦେଇଚି
ଭୋକମାନଙ୍କୁ ପିଠି ଥାପୁଡ଼େଇ ହୁରୁଡ଼େଇ ପାରିଚି ।।

ମାଷ୍ଟର କ୍ୟାଣ୍ଟିନଠାରେ ଲାଲ ଝଣ୍ଡା ଧରି
କେତେ ସ୍ଲୋଗାନ, ସୂର୍ଯ୍ୟକୁ ମୁହଁ କରି, ସୂର୍ଯ୍ୟ ଆମକୁ ପିଠି କରିବା ଯାଏଁ
ଜୀବନ ଆମକୁ ଶିଖାଇଚି, ମାଟି ହିଁ ମହାନ୍ ।
ମୋତେ ଆଉ କୁହନି
ମୁଁ ଏବେ ରାସ୍ତାରେ, ବସରେ, ଟ୍ରେନରେ
ମୁଁ ଏବେ ଗାଁରେ, ଡ଼ଙ୍ଗରରେ, ମେଟ୍ରୋରେ
କହିବାର କଥା ସବୁ
ଆଜକୁ ଅନେକ ଦିନ ଆଗରୁ କହିସାରିଚି
ଆକାଶରେ ନୁହେଁ
ମୁଁ ମାଟିରେ ହିଁ ପାଦ ଗାଡ଼ିଚି
ଶୁଣ ସର୍କାର
ମୁଁ ହେମନ୍ତ ଦଳପତି କହୁଚି ।।

ମ.ରାମପୁର, କଳାହାଣ୍ଡି
ମୋ: 9437679138

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.