ନମିତା ଦୀପ ଯାଦବଙ୍କ କବିତା : ତମ ଅପେକ୍ଷାରେ 

ଚୁପ ଚାପ ନୀରବରେ ବସିଛି
ମୁଁ ତମ ବାଟ ଚାହିଁ !
ଆସିବ ତ ଦିନେ ହେଲେ
ତମେ ଏଇ ବାଟ ଦେଇ… !!

ଶୂନଶାନ ଇଲାକାରେ ଚାହିଁ ଥିବି
ଆଖିର ଝରକା ଖୋଲି !
ଫଗୁଣ ର ରଙ୍ଗ ଆଣି
ଦବ ମୋର ଦେହେ ବୋଳି… !!

ଆଖି କହି ଦିଏ ପୁଣି
ହୃଦୟ ର କଥା ସବୁ !
ଚିଠି ଲେଖା ସରେ ନାହିଁ
ତମ କଥା ଭାବୁ ଭାବୁ… !!

ପୂବେଇ ପାବନ ଆସି
କହି ଯାଏ କାନେ ମୋର !
ମନେ ପଡ଼ ଯେବେ ତମେ
ହୋଇ ଯାଏଁ ମୁଁ ଅଧିର… !!

ଇନ୍ଦ୍ରଧନୁ ରଙ୍ଗ ନେଇ
ମୁଁ ସାଇତିଛି ସପନ !
ସାଥି ହୋଇ ଦୁହେଁ ଆମେ
କଟାଇବା ଜୀବନ…!!

ସୀମାହୀନ ଆକାଶରେ
ଆମେ ଦୁହେଁ ପ୍ରେମ ପକ୍ଷୀ !
ଆମ ପ୍ରେମ ପାଇଁ ଏଇ
ମନ୍ଦିରର ଦିଅଁ ସାକ୍ଷୀ… !!

ଅଜଣା ଅତିଥି ହୋଇ
ଆସିଲ ମୋ ଜୀବନେ !
ନିତି ଦେଖୁ ଥାଏଁ ରାତି
ତମକୁ ମୁଁ ସପନେ… !!

ପ୍ରଜାପତି ରୂପ ନେଇ
ମନ ମୋର ଚଞ୍ଚଳ !
ପାଇ ତୁମକୁ ଆଜି ସାଥି
ମୁଁ ବୁଝି ପାରିଛି ପ୍ରେମର ଗଭୀର…. !!

 

ନମିତା ଦୀପ ଯାଦବ

ନାଏକ ପଡା, ବରଗଡ

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.