ପ୍ରେମ କରନ୍ତୁ କି ନ କରନ୍ତୁ, ଚକଲେଟ କିନ୍ତୁ ନିଶ୍ଚୟ ଖାଆନ୍ତୁ

ଆଜି ଭାଲେଣ୍ଟାଇନ୍ ୱିକର ତୃତୀୟ ଦିନ: ଚକଲେଟ ଡେ’। ଏହି ଦିନକୁ ସବୁ ବୟସର ଲୋକ ସେଲିବ୍ରେଟ କରିଥାନ୍ତି ଏବଂ ଚକୋଲେଟ ଖୁଆଇଥାନ୍ତି। ପ୍ରେମ ନିବେଦନ ମଧ୍ୟ କରିଥାନ୍ତି। ତେବେ ଆପଣ ପ୍ରେମ କରୁଥାନ୍ତୁ କି ନ କରୁଥାନ୍ତୁ, କାହାକୁ ଚକଲେଟ ଦିଅନ୍ତୁ କି ନ ଦିଅନ୍ତୁ; ନିଶ୍ଚୟ ଖାଆନ୍ତୁ ଚକଲେଟ। କାରଣ ଚକଲେଟ ଖାଇବାର ଅନେକ ଫାଇଦା ରହିଛି।

  • ଚକୋଲେଟ ମନକୁ ପ୍ରଫୁଲ୍ଲ ରଖେ। ଦୁଶ୍ଚିନ୍ତାରେ ଥିଲେ ଚକଲେଟ ଖାଇବା ଦ୍ୱାରା କିଛି ସମୟ ପାଇଁ ମଣିଷ ରିଲାକ୍ସ ଅନୁଭବ କରିଥାଏ।
  • ଦୁଶ୍ଚିନ୍ତାରେ ଥିଲେ ଚକଲେଟ ଖାଇବା ଦ୍ୱାରା କିଛି ସମୟ ପାଇଁ ରିଲାକ୍ସ ଲାଗିଥାଏ। ଚକଲେଟରେ ଥିବା ଡେପାମାଇନ ହର୍ମୋନ ମଣିଷକୁ ଖୁସି ରଖିଥାଏ।
  • ଚକଲେଟରେ ଡେପାମାଇନ ନାମକ ହର୍ମୋନ ରହିଛି ଯାହା ମଣିଷକୁ ଖୁସି ରଖିଥାଏ।
  • ଚକଲେଟରୁ ଆମକୁ ଶକ୍ତି ମିଳିଥାଏ। ଚକଲେଟ ଶରୀରକୁ ସଠିକ ପରିମାଣର ଶକ୍ତି ଯୋଗେଇଥାଏ।
  • ମସ୍ତିଷ୍କକୁ ରକ୍ତ ପ୍ରବାହ ଓ ହୃତପିଣ୍ଡକୁ ରକ୍ତ ପ୍ରବାହ କରିବାରେ ସାହାଯ୍ୟ କରିବା ସହ ମସ୍ତିଷ୍କର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ। ଫଳରେ ହୃଦଘାତର ସମସ୍ୟା ଦେଖାଦେଇନଥାଏ।
  • ଚକଲେଟ ଖାଇବା ଦ୍ୱାରା ଶିରା ପ୍ରଶିରା ସୁସ୍ଥ ରହେ।
  • ଚକଲେଟ ଖାଇବା ଦ୍ୱାରା କ୍ୟାନସର ଏବଂ ଆଲଜିମର ଭଳି ରୋଗରୁ ମୁକ୍ତି ମିଳିଥାଏ। ଚକଲେଟରେ ପେଣ୍ଟମେରିକ ପ୍ରୋସିନିଡିନ ନାମକ ଏକ ଯୌଗିକ ପଦାର୍ଥ ରହିଛି ଯାହା ଶରୀରରେ କ୍ୟାନସରର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
  • ଡାର୍କ ଚକଲେଟ ଓଜନ ହ୍ରାସ କରିବା, ତୃଷ୍ନା ମେଂଟାଇବା, ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଭୋକ ମଧ୍ୟ ନିୟନ୍ତ୍ରଣ କରିଥାଏ।
  • ଡାର୍କ ଚକଲେଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ। ଏହା ଫଳରେ ମସ୍ତିସ୍କକୁ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ।
  • ଡାର୍କ ଚକଲେଟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ।
  • ଡାର୍କ ଚକଲେଟରେ ପଲିଫେନଲ ରହିଥାଏ ଯାହାକି ଶରୀରରେ ନାଏରିକ ଅକ୍ସାଇଡ ନାମକ ଜୈବିକ ଉପାଦାନ ଉତ୍ପାଦନ କରିଥାଏ। ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ।
  • କୋକୋରେ ଥିବା ସଲିଡ଼ ଏବଂ ଫ୍ଲାବନଏଡ ଚର୍ମ କ୍ୟାନସରରୁ ସୁରକ୍ଷା ଦେଇଥାଏ।
  • ଚକୋଲେଟ ଖାଇବା ଫଳରେ ଥକାପଣ ଦୂର ହୋଇଥାଏ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.