ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଠାରେ ଧର୍ମପରାୟଣ ମହିଳା ପଦ୍ମାବତୀ ପଟ୍ଟନାୟକଙ୍କ ପରଲୋକ ଘଟିଅଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ନିଧନ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ ପୁଅ ରମେଶ ଚନ୍ଦ୍ର ପଟ୍ଟନାୟକ, ମଝିଆ ପୁଅ ସୁରେଶ ପଟ୍ଟନାୟକ, ସାନ ପୁଅ ଦୁଃଖୀଶ୍ୟାମ ପଟ୍ଟନାୟକ, ଏକମାତ୍ର ଝିଅ ବାସନ୍ତୀ ରାଣୀ ପଟ୍ଟନାୟକ ଯିଏ କୋରାପୁଟ ଜିଲ୍ଲାର ବିଶିଷ୍ଠ ଶିକ୍ଷାବିତ୍ ତଥା ଭୁଦାନ କର୍ମୀ ସ୍ବର୍ଗତ ଭାସ୍କର ପଟ୍ଟନାୟକଙ୍କ ପତ୍ନୀ ଅଟନ୍ତି ଏପରିକି ବୋହୁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଗାଁ ମଶାଣିରେ ପରମ୍ପରା ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ପଦ୍ମାବତୀଙ୍କ ବିୟୋଗ ଖବର ଶୁଣି ଆଖ ପାଖ ଅଂଚଳବାସୀ ଆସି କୋଭିଡ୍ କଟକଣାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଜଣେ ମେଳାପୀ, ପରୋପକାରୀ ଧର୍ମପରାୟଣ ମିଷ୍ଟଭାଷୀ ମହିଳା ହୋଇଥିବାରୁ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି।