ଉତ୍କଳ ବିକାଶ ପରିଷଦ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶୋଧନ କାର୍ଯ୍ୟକ୍ରମ

କଟକ: କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ କଟକ ମହାନଗର ନିଗମ ୱାର୍ଡ ନମ୍ବର ୫୧ ତିନିଘରିଆ ଉପକଣ୍ଠ ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଶୋଧନ କରାଯାଇଛି । ଏହି ବିଶୋଧନ କାର୍ଯ୍ୟରେ ତିନିଘରିଆ ପୂଜାକମିଟି ସଭାପତି ଲେଲିନ ଖୁଣ୍ଟିଆ, ଯୁବସମାଜସେବୀ ଅଲୋକ ବସ୍ତିଆ, ଶୁଭେନ୍ଦୁ ଭୂୟାଁ, ପୋପରଡା ମହାଦେବ ପୂଜା କମିଟିର ସମ୍ପାଦକ ସୁଦର୍ଶନ ଜେନା, ବରିଷ୍ଠ ନାଗରିକ ସଂଘ ପୂର୍ବ କଟକର ସଂଗଠନ ସମ୍ପାଦକ ହୃଦାନନ୍ଦ ପଟ୍ଟନାୟକ, ସଭାପତି ବିଜୟ କୁମାର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଅଗଣି ଚରଣ ନାୟକଙ୍କ ସମେତ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତା ବିଜୟ ନାୟକ, ବାବୁଲି ଦାସ, ନାରାୟଣ ଜେନା, ସ୍ମୃତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଅଞ୍ଚଳ ବାସିନ୍ଦା ବାରମ୍ବାର ମହାନଗର ନିଗମକୁ ଜଣାଇବାପରେ ମଧ୍ୟ ବିଶୋଧିକରଣ ହୋଇପାରୁନଥିଲା ବେଳେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ଏହି ବିଶୋଧନ କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.