ଘର ଉପରେ ଭାଙ୍ଗି ପଡିଲା ଗଛ: ଅଳ୍ପକେ ବର୍ତ୍ତିଲେ ପରିବାର ବର୍ଗ

କଳାହାଣ୍ଡି, (ନବୀନ କିଶୋର ସାହୁ): କାଳ ବୈଶାଖୀର ତାଣ୍ଡବରେ ବାସହରା ହୋଇ ପଡିଛନ୍ତି ବୁଡୁ ରଣା। ମ.ରାମପୁର ବ୍ଲକ ଅଳାତରା ପଞ୍ଚାୟତ ସାଗରପାଲି ଗ୍ରାମର ବୁଡୁ ରଣାଙ୍କ ଘର ଉପରେ ଏକ ଆମ୍ବ ଗଛଟି ପଡି ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଭାଗ୍ୟ ବଶତଃ ପରିବାରର କୈାଣସି ସଦସ୍ୟଙ୍କ ଅନିଷ୍ଟ ହୋଇନାହିଁ। ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବୁଡୁଙ୍କ ସହିତ ତାଙ୍କ ସ୍ତ୍ରୀ ଓ ଦୁଇପୁଅ। ଗଛ ପଡିବା ଯୋଗୁଁ ଘରେ ଥିବା ଆସବାପତ୍ର ସହିତ ରାସନ ସାମଗ୍ରି ନଷ୍ଟ ହୋଇଛି। ଅଭାବ ଅନାଟନ ପଡି ନିଜେ ମାଟି ଘର ତିଆରୀ କରି ରହୁଥିବା ବୁଡୁ ରଣା ଏବେ ବାସହରା ହୋଇ ପଡିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେ ଜଣେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆବାସ ଯୋଜନାର ଘର ପାଇପାରି ନାହାନ୍ତି। ଏହି ପରିବାର ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ ପାଉଛନ୍ତି ସତ କିନ୍ତୁ ପାଉନାହାନ୍ତି ସରକାରୀ ସୁବିଧା।ବର୍ତମାନ ଘର ମରାମତି କରିବା ପାଇଁ ମଧ୍ୟ ତାଙ୍କ ପାଖରେ ସାମ୍ୟର୍ଥ ନାହିଁ। ଏଣୁ ବୁଡୁ ରଣା ପ୍ରଶାସନର ସହଯୋଗ ପାଇଁ ନିବେଦନ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.