କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ସର୍ବପୁରାତନ ହାଇସ୍କୁଲ ରିଷିଡା ସ୍ଥିତ ବାପୁଜୀ ସରକାରୀ ହାଇସ୍କୁଲର ସୁନାମଧନ୍ୟ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ତଥା ବାଳିକା ସରକାରୀ ହାଇସ୍କୁଲ, ରିଷିଡାର ପୂର୍ବତନ ପ୍ରଧାନଶିକ୍ଷକ ଅଶ୍ୱିନୀ କୁମାର ପଟ୍ଟନାୟକ ତାଙ୍କ ବଲାଙ୍ଗୀର ସ୍ଥିତ ବାସଭବନରେ ରବିବାର ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୋମବାର ରିଷିଡା ବାପୁଜୀ ହାଇସ୍କୁଲ ଠାରେ ଏହି ଅମର ଆତ୍ମାଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ବର୍ଗତ ପଟ୍ଟନାୟକଙ୍କ ଆଦର୍ଶ ଶିକ୍ଷକତା, ସୁଗୁଣ ଉପରେ ଆଲୋକପାତ କରାଯାଇ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା। ତାଙ୍କ ବିୟୋଗରେ ରିଷିଡା ଜେକେ କଲେଜ ଅଧ୍ୟକ୍ଷ ପି ଏ କେ ତ୍ରିପାଠୀ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ପୁରାତନ ଛାତ୍ର ସାଂସଦ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକଟ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।